Report Card Odisha

| Daily Odia News

ଜଗନ୍ନାଥ ବିଦ୍ୟାଧର ମହାପାତ୍ରଙ୍କୁ ସିବିଡିଟିର ଅତିରିକ୍ତ ଅଧ୍ୟକ୍ଷ ଦାୟିତ୍ବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ସୋମବାର ଭାରତୀୟ ରାଜସ୍ବ ସେବା (ଆଇଆରଏସ)ର ଜଗନ୍ନାଥ ବିଦ୍ୟାଧର ମହାପାତ୍ରଙ୍କୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି। ସେ ଆସନ୍ତା ୩ମାସ ପାଇଁ ଏହି ପଦରେ ରହିବେ । ଚଳିତ ମାସ ୨୭ ତାରିଖରେ କେନ୍ଦ୍ର ସରକାର ସିବିଡିଟିର ୩ ନୂଆ ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ । ୧୯୮୫ ବ୍ୟାଚ୍‌ର ଆଇଆରଏସ ଅଧିକାରୀ ଅନୁ ଜେ. ସିଂହ, ଜେ ବି ମହାପାତ୍ର ଓ ଅନୁଜ ଷଡ଼ଙ୍ଗୀଙ୍କୁ ସିବିଡିଟିର ନୂତନ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଥିବା କ୍ୟାବିନେଟ ନିଯୁୁକ୍ତି କମିଟି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଥିଲା । ଶ୍ରୀ ମହାପାତ୍ର ଆସନ୍ତା ବର୍ଷ ଏପ୍ରିଲ ମାସରେ ଅବସର ଗ୍ରହଣ କରିବେ। ଏହା ପୂର୍ବରୁ ସେ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାରେ ପ୍ରମୁଖ କମିସନର (ଆୟକର) ଭାବେ ନିଯୁକ୍ତି ପାଇଥିଲେ। ଜଣେ ଅଧ୍ୟକ୍ଷ ଓ ୬ ଜଣ ସଦସ୍ୟଙ୍କୁୁ ନେଇ ସିବିଡିଟି ଗଠିତ। ଏମାନେ ସମସ୍ତେ ସ୍ବତନ୍ତ୍ର ସଚିବ ପାହ୍ୟାର। ଶ୍ରୀ ମହାପାତ୍ରଙ୍କୁୁ ଅତିରିକ୍ତ ଅଧ୍ୟକ୍ଷ ଦାୟିତ୍ବ ମିଳିବା ପରେ ମଧ୍ୟ ସିବିଡିଟିରେ ଆଉ ଏକ ପଦ ଖାଲି ରହିଛି।

 

Breaking News