ରିପୋର୍ଟ କାର୍ଡ / ଭୁବନେଶ୍ଵର
ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଲକଡାଉନ୍। ଆଜିଠୁ ଆସନ୍ତା ୧୭ ତାରିଖ ଯାଏ ଲକ୍ଡାଉନ ବୃଦ୍ଧି କରିବା ସହିତ କରୋନା କଟକଣା କଡାକଡି କରାଯାଇଛି | ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପୁରୀ, ବାଲେଶ୍ୱର, ସମ୍ବଲପୁର, ଜୟପୁର ସମେତ ଅନ୍ୟ ସହରରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଅମାନିଆ ଯେପରି ରାସ୍ତାକୁ ବାହାରିବେନି ସେ ନେଇ କଡ଼ା ନଜର ରଖାଯାଇଛି। ଏହି ପର୍ଯ୍ୟାୟ କ୍ରମେ ସୁନ୍ଦରଗଡ଼, ଗଜପତି ଏବଂ ନୂଆପଡ଼ା ଜିଲ୍ଲାରେ କୋହଳ ହୋଇଛି ଲକଡାଉନ ନିୟମ । ଏହି ୩ ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ଯାଏ କିଣା ବିକା ହୋଇପାରିବ। ସେଲୁନ୍, ସ୍ପା, ମଲ୍, ମାର୍କେଟ କମ୍ପ୍ଲେକ୍ସ ଏବଂ ସାପ୍ତାହିକ ହାଟକୁ ଛାଡି ବାକି ସବୁ ଦୋକାନ ଖୋଲା ରହିବ। ତେବେ ଆଗକୁ ଯଦି ଏସବୁ ଜିଲ୍ଲାରେ ପଜିଟିଭିଟି ରେଟ୍ ବଢ଼େ, ତେବେ ପୁଣି କଟକଣା ବଢ଼ିବ ବୋଲି ସରକାର ସ୍ପଷ୍ଟ କରିସାରିଛନ୍ତି। ସୂଚନାଥାଉ କି, ସୁନ୍ଦରଗଡ଼, ଗଜପତି ଏବଂ ନୂଆପଡ଼ାରେ ଯଥାକ୍ରମେ ଆଜି ଚିହ୍ନଟ ହୋଇଛନ୍ତି ୨୪୪, ୮୦ ଓ ୪୦ ରୋଗୀ।
Discussion about this post