ରିପୋର୍ଟ କାର୍ଡ / ପୁରୀ
ପୁରୀ ଶ୍ରୀମନ୍ଦିରରେ ହୋଇଛି ଶ୍ରୀଜୀଉଙ୍କ ବଡ଼ ମହାସ୍ନାନ ନୀତି । ଭିତରକାଠ ନିକଟରେ ରକ୍ତ ଛିଟା ପଡ଼ିବାରୁ ଶ୍ରୀଜିଉଙ୍କର ମହାସ୍ନାନ ନୀତି ହୋଇଛି । ବଡ଼ ମହାସ୍ନାନ ପାଇଁ ଦୈନନ୍ଦିନ ନୀତିରେ ବିଳମ୍ବ ହୋଇପାରେ ବୋଲି ଜଣାପଡିଛି । ଶ୍ରୀମନ୍ଦିର ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ରାତି ୧୦ଟା ୨୫ରେ ମହାପ୍ରଭୁଙ୍କ ଚନ୍ଦନଲାଗି ନୀତି ପରେ ବଡ଼ସିଂହାର ବେଶ ହୋଇଥିଲା। ଏହାପରେ ମହାପ୍ରଭୁଙ୍କ ବଡ଼ସିଂହାର ଭୋଗ ପାଇଁ ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ ଭିତର କାଠରେ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ଜଣାପଡ଼ିବା ପରେ ବଡ଼ ମହାସ୍ନାନ କରାଯାଇ ପୁଣିଥରେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ କରାଯାଇଥିଲା। ଏଥିପାଇଁ ଅଧାରୁ ଭକ୍ତଙ୍କ ଦର୍ଶନ ବି ବନ୍ଦ ରଖାଯାଇଥିବା ନେଇ ସୂଚନା ମିଳିଛି |






More Stories
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..
ଆଜି ପୂର୍ବାଞ୍ଚଳ କୃଷି ସମ୍ମିଳନୀ……
ରୁପା ଆମଦାନୀ ଉପରେ କଟକଣା……