ରିପୋର୍ଟ କାର୍ଡ / ପୁରୀ
ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର । କୋଭିଡ କଟକଣା ଅନୁଯାୟୀ ଶ୍ରୀଜିଉଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ । ଗାଇଡଲାଇନ ଅନୁଯାୟୀ ଏଣିକି ସକାଳ ୬ରୁ ରାତି ୯ଟା ପର୍ୟ୍ୟନ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । କଟକଣା ଅନୁସାରେ ମାସ୍କ ଓ ସାମଜିକ ଦୂରତ୍ୱ ରଖି ଜଗନ୍ନାଥଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କେବଳ ସପ୍ତାହକୁ ଗୋଟିଏ ଦିନ ଅର୍ଥାତ୍ ରବିବାର ଦିନ ବନ୍ଦ ରହିବ ଶ୍ରୀମନ୍ଦିର । ରବିବାର ଦିନ ଶ୍ରୀମନ୍ଦିରକୁ ସାନିଟାଇଜ କରାଯିବ । ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଶ୍ରୀମନ୍ଦିରକୁ ବନ୍ଦ କରିଥିଲା ପ୍ରଶାସନ । ହେଲେ ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଶ୍ରୀମନ୍ଦିରକୁ ଖୋଲି ଦିଆଯାଇଛି । କେବଳ ପୁରୀବାସୀଙ୍କ ପାଇଁ ପଶ୍ଚିମ ଦ୍ୱାର ବାଟେ ଶ୍ରୀମନ୍ଦିକୁ ଯିବାକୁ ବ୍ୟବସ୍ଥା କରାଯାଇଛି । ତାହା ସହ ଅନ୍ୟ ଭକ୍ତ ମାନଙ୍କ ପାଇଁ ସିଂହଦ୍ୱାର ବାଟେ ପ୍ରବେଶ କରିବାକୁ ଅନୁମତି ମିଳିଛି ।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..