ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାଣ ବିସ୍ଫୋରଣରେ ଉଡ଼ିଗଲା ଘରର ଛାତ। ଦୁର୍ଘଟଣାରେ ଗୋଟିଏ ପରିବାରର ୨ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ହୋଇଛନ୍ତି। ୨ ମୃତକ ଦୁଇ ଜଣ ହେଲେ ବଡ଼ ବାଗ ଗାଁର ରାଜେଶ ଦାସ ଓ ତାଙ୍କ ସ୍ତ୍ରୀ ରାନୀ ଦାସ। ସେହିଭଳି ଆହତମାନେ ହେଲେ ମୃତ ରାଜେଶଙ୍କ ଭାଇ ପରେଶ ଦାସ ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଦାସ। ଗତକାଲି ରାତିରେ ଜଗତସିଂହପୁର ସଦର ଥାନା ବଡ଼ବାଗ ଗାଁରେ ଏହି ଅଘଟଣ ଘଟିଛି। ବାଣ ଭିଡ଼ୁଥିବା ବେଳେ ଏଥିରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଫଳରେ ଏକ କୋଠା ଘରର ଛାତ ସମେତ କାନ୍ଥ ଭାଙ୍ଗି ଛିନଛତ୍ର ହୋଇଯାଇଥିଲା। ଭଙ୍ଗା କୋଠା ଭିତରେ ଘରର କିଛି ସଦସ୍ୟ ଚାପି ହୋଇ ରହିଥିଲେ। ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ଓ ଓଡ୍ରାଫ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ବିସ୍ଫୋରଣ ସ୍ଥଳରୁ ଦୀର୍ଘ ଅଢେଇ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ପୋଲିସ ଓ ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ଅବସ୍ଥାରେ ତଦନ୍ତ କରାଯିବ ବୋଲି ଜଗତସିଂହପୁର ଏସପି କହିଛନ୍ତି।






More Stories
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଦୁବେଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ…..