Report Card Odisha

| Daily Odia News

ଭୁବନେଶ୍ଵର ଡିସିପି ଭାବେ ଦାୟିତ୍ଵ ନେଲେ ଜଗମୋହନ ମୀନା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଇପିଏସ୍ ଜଗମୋହନ ମୀନା ଆଜି ବିଧିବଦ୍ଧ ଭାବେ ଭୁବନେଶ୍ବରର ନୂଆ ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ପୋଲିସ କମିଶନର ସୁରେଶ ସିଂହ ଦେବଦତ୍ତଙ୍କ ଉପସ୍ଥିତିରେ ପିନାକ ମିଶ୍ରଙ୍କଠାରୁ ସେ ଦାୟିତ୍ବ ନେଇଛନ୍ତି। ସୂଚନାଯୋଗ୍ୟ, ୨୦୨୪ ମସିହା ସେପ୍ଟେମ୍ବର ମାସରେ ଭୁବନେଶ୍ବରକୁ ଆସିଥିଲେ ନୂଆ ଡିସିପି। ୨୦୧୪ ବ୍ୟାଚ୍ ଆଇପିଏସ୍ ପ୍ରତୀକ ସିଂହଙ୍କ ସ୍ଥାନରେ ୨୦୧୧ ବ୍ୟାଚ୍ ଆଇପିଏସ୍ ପିନାକ ମିଶ୍ର ଏହି ପଦବୀରେ ଅବସ୍ଥାପିତ ହୋଇଥିଲେ। ତେବେ ମାତ୍ର ୫ମାସ ପରେ ପିନାକ ମିଶ୍ରଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ୨୦୧୩ ବ୍ୟାଚ୍ ଆଇପିଏସ୍ ତଥା କଟକ ଡିସିପି ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ଦାୟିତ୍ବ ଦିଆଯାଇଛି। ଭୁବନେଶ୍ଵର ଡିସିପି ଥିବା ପିନାକ ମିଶ୍ରଙ୍କୁ ଏସଟିଏଫ ଡିଆଇଜି ଭାବେ ବଦଳି କରାଯାଇଥିବାବେଳେ ତାଙ୍କ ସ୍ଥାନରେ କଟକ ଡିସିପି ଜଗମୋହନ ମୀନାଙ୍କୁ ଭୁବନେଶ୍ଵର ଡିସିପି ଭାବେ ବଦଳି କରାଯାଇଛି। ସେହିପରି ଖିଲାରୀ ଋଷିକେଶ ଦ୍ୟାନଦେଓଙ୍କୁ କଟକ ଡିସିପି ଭାବେ ନିଯୁକ୍ତି ମିଳିଛି।

Breaking News