ରିପୋର୍ଟ କାର୍ଡ / ଭୁବନେଶ୍ୱର
୪ ଦିନଆ ରିମାଣ୍ଡ ସାରି ଜେଲଗଲେ କୋଟିପତି ପିଏସ ବିରଞ୍ଚି ସାହୁ। ଶୁକ୍ରବାର ବିରଞ୍ଚିଙ୍କୁ କୋର୍ଟରେ ହାଜର କରିଥିଲା ଭିଜିଲାନ୍ସ । ଏହାପରେ କୋଟିପତି ବିରଞ୍ଚି ସାହୁଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି । ରିମାଣ୍ଡ ବେଳେ ଭିଜିଲାନ୍ସ କୁ ମିଥିଳା ଅନେକ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଥିବା ବେଳେ, ପତ୍ନୀ ୯୦୦ ଜଣଙ୍କ ପଲିସି କରିଥିବା ତଦନ୍ତରୁ ଜଣାଯାଇଛି । ଏହି ୯୦୦ ଜଣଙ୍କ ମଧ୍ୟରେ ୨୧ ଜଣ ଚାକିରି ଆଶାୟୀ ଥିବା ଜଣାପଡିଛି । ତେବେ ବିରଞ୍ଚି ନିଜ ଆୟର ୨୬୮ ଗୁଣ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲେ ବୋଲି ତଦନ୍ତରୁ ଜଣାପଡିଛି । ତେବେ ଚଢ଼ାଉ ବେଳେ ଜବତ ହୋଇଥିବା ୧୧୪ଟି ଆଡମିଟ କାର୍ଡକୁ ନେଇ ତନାଘନା ଚାଲିଛି ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସପି । ୧୧୪ଟି ଆଡମିଟ୍ କାର୍ଡ ମଧ୍ୟରୁ ୧୦୭ ଜଣ ଚାକିରି କରିନାହାନ୍ତି । ବାକି ୭ ଜଣକୁ ନେଇ ଯାଞ୍ଚ କରାଯାଉଛି । ସେହିପରି ବିରଞ୍ଚିଙ୍କ ପତ୍ନୀ କରିଥିବା ପଲିସି ବାବଦରେ କେତେ ଟଙ୍କା ଆୟକର ଫାଇଲ କରିଛନ୍ତି, ତାର ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ । ଆଜି ରିମାଣ୍ଡ ଅବଧି ସରବା ପରେ ବିରଞ୍ଚିଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏହା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି ।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..