Report Card Odisha

| Daily Odia News

ବନ୍ଧା ହେଲେ ୫ ସ୍ତ୍ରୀଙ୍କ ସ୍ୱାମୀ,ମହିଳା ପୋଲିସ ସହ କରୁଥିଲେ ଚାଟିଂ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କମିଶନରେଟ ପୋଲିସ ହାତରେ ଧରାପଡିଛନ୍ତି ୫ ସ୍ତ୍ରୀଙ୍କ ସ୍ୱାମୀ। ନିଜକୁ ଗୁଇନ୍ଦା ଇନ୍ସପେକ୍ଟର ବୋଲି ବାୟୋଡାଟାରେ ଦର୍ଶାଇ ଯୁବତୀମାନଙ୍କୁ ଫସାଇ ଠକି ଚାଲିଥିଲେ ଏହି ବ୍ୟକ୍ତି। ଫୋନ ଯୋଗେ ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲେ। ଲାଇନରେ ଥିଲେ ଆହୁରି ୪୯ଜଣ ମହିଳା। ହେଲେ ଗୋଟିଏ ଭୁଲ ପାଇଁ ପୋଲିସ ହାତରେ ଧରାପଡିଗଲେ। ଜଣେ ମହିଳା ପୋଲିସ ସହିତ ଚାଟିଂ କରି କଥା ହେବା ଦ୍ୱାରା ପୁରା ମାମଲାର ଗୁମର ଖୋଲିଥିଲା। ଫଳରେ ଧରାପଡିଯାଇଥିଲେ ସଂପୃକ୍ତ ଯୁବକ। ପୋଲିସ ଦ୍ୱାରା ଗିରଫ ହୋଇଥିବା ୫ ସ୍ତ୍ରୀଙ୍କ ସ୍ୱାମୀ ହେଲେ ସତ୍ୟଜିତ ସାମଲ। ସତ୍ୟଜିତଙ୍କ ଟାର୍ଗେଟରେ ଥିଲେ ବିଧବା ଓ ବିବାହ ବିଚ୍ଛେଦ ହୋଇଥିବା ମହିଳା। ସେମାନଙ୍କୁ ଟାର୍ଗେଟ କରି ଫସାଇ ବାହା ହେବା ପରେ ଲୋନ ନେଇ ମସ୍ତି କରୁଥିଲେ। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଅଭିଯୁକ୍ତକୁ ଧରିବାକୁ କମିଶନରେଟ ପୋଲିସ ପ୍ରସ୍ତୁତି କରିଥିଲା। ହେଲେ ପୋଲିସ ହାତରେ ଧରାପଡିବା ପୂର୍ବରୁ ବିଦେଶକୁ ଖସି ପଳାଇବାକୁ ଯୋଜନା କରିଥିଲେ ସତ୍ୟଜିତ। ଏହା ପରେ ଜଣେ ମହିଳା ପୋଲିସଙ୍କ ସହ ଚାଟିଂ କରି ସତ୍ୟଜିତ ଦୁବାଇରୁ ଭୁବନେଶ୍ୱରକୁ ଡକାଯାଇଥିଲା। ଦୁବାଇରୁ ଭୁବନେଶ୍ୱରକୁ ଆସିବା ପରେ ସତ୍ୟଜିତକୁ ବାନ୍ଧିଛି ପୋଲିସ । ଅଭିଯୁକ୍ତ ଜଣଙ୍କ ଯାଜପୁର ଜିଲ୍ଲର ହୋଇଥିବା ବେଳେ ଭୁବନେଶ୍ୱର ଚନ୍ଦ୍ରଶେଖପୁର ଅଞ୍ଚଳରେ ରହୁଥିଲେ ବୋଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା। ଅଭିଯୁକ୍ତଠାରୁ ୨ଲକ୍ଷ ୧୦ହଜାର ଟଙ୍କା ସହ କାର, ବନ୍ଧୁକ, ଗୁଳି ଓ ବୁଲେଟ ଜବତ କରାଯିବା ସହ ୩ଟି ବ୍ୟାଙ୍କ ଆକାଉଣ୍ଟ ସହ ଏଗ୍ରିମେଣ୍ଟ ପେପର ଜବତ କରିଛି ପୋଲିସ ।

Breaking News