ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାମ୍ମୁ-କାଶ୍ମୀର ମୋଛୱା ଅଞ୍ଚଳରେ ସୁରକ୍ଷା ବାହିନୀ ଗୁଳିରେ ଜଣେ ଆତଙ୍କୀ ମୃତ୍ୟୁ ହୋଇଛି। କୁଲଗାମର ମୋଛୱା ଅଞ୍ଚଳରେ ଏବେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସୁରକ୍ଷା ବାହିନୀ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଅଧିକ ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବାର ଆଶଙ୍କା କରାଯାଉଛି। ଖବର ଅନୁଯାୟୀ, ସୀମା ନିକଟବର୍ତ୍ତୀ ଜାମ୍ମ-କାଶ୍ମୀର ମୋଛୱା ସେକ୍ଟରରେ କିଛି ଆତଙ୍କୀ ଲୁଚି ରହିଥିବା ସେନା ଖବର ପାଇଥିଲା। ଏହାପରେ ଯବାନ ମାନେ ନିଜର ଅପରେସନ ଆରମ୍ଭ କରିଥିଲେ। ସେନା ପକ୍ଷରୁ ଚାରିପଟେ ଘେରାଉକୁ ଦେଖି ଆତଙ୍କବାଦୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସେନାବାହିନୀ । କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିଚାଳନା ଚାଲୁରହିଥିଲା । ଏହାପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ତେବେ ଉକ୍ତ ଅଞ୍ଚଳରେ ଅଧିକ ଆତଙ୍କବାଦୀ ଲୁଚି ରହିଥିବାର ସନ୍ଦେହ କରି ପୁରା ଅଞ୍ଚଳରୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଏନ୍କାଉଣ୍ଟର ପରେ ଘଟଣାସ୍ଥଳରୁ ଗୋଟିଏ ଏକେ- 47 ସହ ବନ୍ଧୁକ ଜବତ ହୋଇଛି।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..