ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାମ୍ମୁ-କାଶ୍ମୀରରେ ଧାରା ୩୭୦କୁ ପୁନର୍ବାର ଲାଗୁ କରାଯିବା ସମ୍ପର୍କିତ ଏକ ପ୍ରସ୍ତାବ ବୁଧବାର ବିଧାନସଭାରେ ଗୃହୀତ ହୋଇଛି। ଗୃହୀତ ପ୍ରସ୍ତାବ ଅନୁଯାୟୀ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଧାରା ୩୭୦କୁ ପୁନର୍ବାର ଲାଗୁ କରାଯିବା ସମ୍ପର୍କରେ ବିଧାୟକମାନେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବେ। ଗୃହୀତ ପ୍ରସ୍ତାବରେ ଧାରା ୩୭୦କୁ ଉଚ୍ଛେଦ କରିବା ଲାଗି କେନ୍ଦ୍ର ସରକାର ଏକପାଖିଆ ନିଷ୍ପତ୍ତି ନେଇଥିଲେ ବୋଲି କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀ ଏହି ପ୍ରସ୍ତାବକୁ ଆଗତ କରିଥିବାବେଳେ ଏନ୍ସି ନେତା ତଥା ମନ୍ତ୍ରୀ ସାକିନା ମାସୁଦ ଏହାକୁ ସମର୍ଥନ କରିଥିଲେ। ଧାରା ୩୭୦ ସମ୍ପର୍କିତ ପ୍ରସ୍ତାବ ଗୃହରେ ଆଗତ କରାଯିବା ସମୟରେ ବିଜେପି ବିଧାୟକମାନେ ହୋହଲ୍ଲା କରିଥିଲେ। ଫଳରେ ଗୃହକୁ ଏକଘଣ୍ଟା ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ପୁନର୍ବାର ଗୃହକାର୍ୟ୍ୟ ଆରମ୍ଭ ସମୟରେ ବିଜେପି ବିଧାୟକମାନେ ପ୍ରସ୍ତାବ କାଗଜକୁ ଚିରି ଫୋପାଡିଥିଲେ। ସେମାନେ ଗୃହର ମଧ୍ୟ ଭାଗରେ ବସି ଆନ୍ଦୋଳନ କରିଥିଲେ। ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ସୁନୀଲ ଶର୍ମା କହିଥିଲେ ଯେ ପ୍ରସ୍ତାବ ଆଗତ କରାଯିବା ଗୃହର କାର୍ୟ୍ୟ ତାଲିକାରେ ସ୍ଥାନ ପାଇ ନଥିଲା। ତେଣୁ ଏହି ପ୍ରସ୍ତାବକୁ ଆମେ ଅଗ୍ରାହ୍ୟ କରୁଛୁ। ଧାରା ୩୭୦ ସମ୍ପର୍କିତ ପ୍ରସ୍ତାବକୁ ପିଡିପି, କଂଗ୍ରେସ ଓ ସ୍ବାଧୀନ ବିଧାୟକମାେନ ସମର୍ଥନ କରିଥିଲେ। ୨୦୧୯ ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫(କ)କୁ ଉଚ୍ଛେଦ କରାଯାଇଥିଲା।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……