ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ୨୬ ଆସନ ପାଇଁ ଭୋଟଗ୍ରହଣ କରାଯାଉଛି । ଏଥିମଧ୍ୟରୁ କାଶ୍ମୀର ଅଞ୍ଚଳରେ ୧୫ ଓ ଜାମ୍ମୁ ଅଞ୍ଚଳର ୧୧ ଆସନ ଅନ୍ତର୍ଭୁକ୍ତ। ଏହି ପର୍ଯ୍ୟାୟରେ ମୋଟ ୨୩୯ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍ଫରେନ୍ସ ନେତା ଓମାର ଅବଦୁଲ୍ଲା, ବିଜେପି ରାଜ୍ୟ ଶାଖା ସଭାପତି ରବୀନ୍ଦ୍ର ରୈନା, ପିସିସି ସଭାପତି ତାରିକ୍ ହମିଦ କାରା ଏବଂ ଆପ୍ନି ପାର୍ଟି ମୁଖ୍ୟ ଅଲତାଫ୍ ବୁଖାରୀ ଅନ୍ୟତମ। ଏହି ପର୍ଯ୍ୟାୟରେ ୨୫ ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ। ଚଳିତମାସ ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଅନୁଷ୍ଠିତ ହୋଇଥିବାବେଳେ ୫୯ ପ୍ରତିଶତ ମତଦାନ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ଅଧିକ ସଂଖ୍ୟକ ଭୋଟର ବୁଥ୍କୁ ଆସିବେ ବୋଲି ଆଶା କରାଯାଉଛି।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..