Report Card Odisha

| Daily Odia News

ଜାମ୍ମୁ କାଶ୍ମୀରକୁ ପ୍ରଥମେ ରାଜ୍ୟ ମାନ୍ୟତା ମିଳୁ, ପରେ ନିର୍ବାଚନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜାମ୍ମୁ କାଶ୍ମୀରକୁ ପ୍ରଥମେ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବା ଚାହାନ୍ତି, ତାହାପରେ ନିର୍ବାଚନ କରାଯିବା ପ୍ରସଙ୍ଗ ଆସିବ ବୋଲି କଂଗ୍ରେସର ବରିଷ୍ଠ ନେତା ପି ଚିଦମ୍ବରମ୍‍ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମ୍ମୁ କାଶ୍ମୀରରୁ ଆସିଥିବା ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ସେଠାରେ ବିଧାନସଭା ନିର୍ବାଚନ କରାଇବା ସପକ୍ଷରେ କେନ୍ଦ୍ର ସରକାର ରହିଥିବା ଏବଂ ସୀମା ନିର୍ଦ୍ଧାରଣ ପ୍ରକ୍ରୟା ଶେଷହେବାପରେ ତାହାକୁ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବା ନେଇ ଆଶ୍ୱାସନା ଦେବାର ଦିନକ ପରେ ଚିଦମ୍ବରମ୍‍ ଏହା କହିଛନ୍ତି। ସେ କହିଛନ୍ତି ଯେ ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ଏବଂ ଜାମ୍ମୁ କାଶ୍ମୀରର ଅନ୍ୟ ରାଜନୈତିକ ଦଳ ତଥା ନେତୃବୃନ୍ଦ ଜାମ୍ମୁ କାଶ୍ମୀରର ରାଜ୍ୟ ମାନ୍ୟତା ପ୍ରଥମେ ଫେରିପାଇବା ଚାହାନ୍ତି। ତାହାପରେ ନିର୍ବାଚନ କଥା ଉଠିବ। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଆଗ ନିର୍ବାଚନ ପରେ ରାଜ୍ୟ ମାନ୍ୟତା କଥା କହୁଛନ୍ତି। ଚିଦମ୍ବରମ୍‍ କହିଛନ୍ତି, ଗାଡିକୁ ଘୋଡା ଟାଣିଥାଏ। ତେଣୁ ଏକ ରାଜ୍ୟ ନିଜର ନିର୍ବାଚନ କରାଇବା ଦରକାର। ଏକ ରାଜ୍ୟ ନିର୍ବାଚନ ଆୟୋଗ ଅଧୀନରେ ଏକ ନିର୍ବାଚନ ଅବାଧ ଓ ନିରପେକ୍ଷ ହୋଇପାରିବ। କିନ୍ତୁ ସରକାର ଆଗ ଗାଡି ଓ ତା’ପଛରେ ଘୋଡାକୁ ରଖିବାକୁ କାହିଁକି ଚାହୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

Breaking News