ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାମ୍ମୁ କାଶ୍ମୀରର ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ | ସେନା ଗୁଳିରେ ୨ ଆତଙ୍କବାଦୀନିହତ ହୋଇଛନ୍ତି । ୨ ଆତଙ୍କବାଦୀଙ୍କ ପରିଚୟ ମିଳିପାରି ନାହିଁ । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି । ବାନ୍ଦୀପୋରାର ସୋକବାବା ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହିଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା । ଏହାପରେ ବାନ୍ଦୀପୋରା ପୋଲିସ, ସେନାର ୧୩ ଏବଂ ୧୪ ଆରଆର ଓ ସିଆରପିଏଫ୍ ଯବାନଙ୍କ ଏକ ଜଏଣ୍ଟ ଟିମ୍ ସର୍ଚ୍ଚ ଅପରେଶନ କରିଥିଲା। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚାଳନା କରିଥିଲେ । ଫଳରେ ସୁରକ୍ଷାବାହିନୀ ଏହାର ପ୍ରତି ଜବାବ ଦେଇଥିଲା । ଫଳରେ ସେନା ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ଆତଙ୍କୀଙ୍କ ପରିଚୟ ମିଳିପାରି ନାହିଁ । ସ୍ଥାନୀୟ ଅଞ୍ଚଳରେ ଏବେ ସର୍ଚ୍ଚ ଅପରେଶନ ଜାରି ରହିଛି।






More Stories
ପଞ୍ଚାୟତ ଅଫିସ୍କୁ ସ୍ଥାନାନ୍ତର ହେବ ପୋଷ୍ଟ ଅଫିସ୍……
ବିଷାକ୍ତ ଗ୍ୟାସ ଲିକ୍ ,ଦୁଇ ମୃତ ,୧୦,୦୦୦ ପ୍ରଭାବିତ…..
ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳଙ୍କୁ ଦୂରେଇ ରଖାଯାଉଛି,ପୁରୁଣା ପରମ୍ପରା ଭାଙ୍ଗିଦେଉଛନ୍ତି……