ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟୋକିଓ ଅଲିମ୍ପିକସରେ ଭାରତକୁ ମହିଳା ଭାରୋତ୍ତୋଳରେ ପ୍ରଥମ ରୌପ୍ୟ ପଦକ ଭେଟି ଦେଇଛନ୍ତି ମୀରାବାଇ ଚାନୁ । ୪୯ କିଲୋଗ୍ରାମ ବର୍ଗରେ ରୌପ୍ୟ ଜିତିଛନ୍ତି । ସେ ଅଲିମ୍ପିକ୍ସରେ ପଦକ ଦାବିଦାର ଥିଲେ । ତେବେ ଅଳ୍ପକେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି ମୀରାବାଇ ଚାନୁ । ସ୍ନାଚ୍ ଇଭେଣ୍ଟର ପ୍ରଥମ ପ୍ରୟାସରେ ୮୪ କିଲୋଗ୍ରାମ ଓ ଦ୍ୱିତୀୟ ପ୍ରୟାସରେ ୮୭ କିଲୋମଗ୍ରାମ ଓଜନ ଉଠାଇଥିଲେ । କିନ୍ତୁ ତୃତୀୟ ପ୍ରୟାସରେ ସେ ୮୯ କିଲୋଗ୍ରାମ ଉଠାଇବାରେ ବିଫଳ ହୋଇଥିଲେ । ଏଥିସହ ସେ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲକୁ ଉନ୍ନୀତ ହୋଇଥିଲେ । କ୍ଲିନ୍ ଏଣ୍ଡ ଜର୍କର ପ୍ରଥମ ପ୍ରୟାସରେ ସେ ୧୧୦କିଲୋଗ୍ରାମ ଓଜନ ଉଠାଇଥିଲେ । କିନ୍ତୁ ଦ୍ୱିତୀୟ ପ୍ରୟାସରେ ୧୧୫ କିଲୋଗ୍ରାମ ଉଠାଇବାରେ ବିଫଳ ହୋଇଥିଲେ ମୀରାବାଇ ଚାନୁ । ଏଥିସହ ସେ ରୌପ୍ୟ ପଦକ ହାସଲ କରିଛନ୍ତି ।






More Stories
ଆଜି ପ୍ରବଳ ବର୍ଷିବ,୫ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ ଜାରି…..
ଶାହଙ୍କ ଓଡିଶା ଗସ୍ତ ବାତିଲ…..
ସ୍ନାନ ଯାତ୍ରା ପ୍ରସ୍ତୁତି;ପହଣ୍ଡି ପ୍ରାତଃ ୫ ଟା ରୁ!…..