Report Card Odisha

| Daily Odia News

ଜମ୍ମୁ କାଶ୍ମୀରରେ ପୁଣି ଉଡ଼ିଲା ଡ୍ରୋନ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁ କାଶ୍ମୀରରେ କିଛି ମାସ ଧରି ଡ୍ରୋନ୍ କାର୍ଯ୍ୟକଳାପ ବୃଦ୍ଧି କରିଛି ଶତ୍ରୁ ଦେଶ । ରବିବାର ଦିନ ଜମ୍ମୁର ସାମ୍ବାରେ ପୁଣି ୪ଟି ସନ୍ଦିଗ୍ଧ ଡ୍ରୋନ୍ ଦେଖିବାକୁ ମିଳିଛି । ବିଳମ୍ବିତ ରାତିରେ ସାମ୍ବାର ବାରି ବ୍ରାହ୍ମଣ ଅଞ୍ଚଳରେ ଥିବା ଆର୍ମି କ୍ୟାମ୍ପ ନିକଟରେ ଏହି ଡ୍ରୋନଗୁଡିକ ଦେଖିବାକୁ ମିଳିଥିଲା । ଗୋଟିଏ ଡ୍ରୋନ୍‌ ଆର୍ମି କ୍ୟାମ୍ପ୍‌ ନିକଟରେ ଉଡୁଥିବା ସ୍ପଷ୍ଟ କରିଛନ୍ତି ପୋଲିସ୍ ଅଧିକାରୀ କହିଛନ୍ତି । ରବିବାର ଗୋଟିଏ ଦିନରେ ଦ୍ୱିତୀୟ ଥର ପାଇଁ ଗତକାଲି ସାମ୍ବାରେ ସନ୍ଧିଗ୍ଧ ଡ୍ରୋନ୍ ଦେଖାଯାଇଛି। ତେବେ ସନ୍ଦିଗ୍ଧ ଡ୍ରୋନ୍ ଗୁଡ଼ିକ ଉଡ଼ିବା ସମୟରେ ଦେଖିଥିଲେ ବୋଲି କହିଛନ୍ତି ସ୍ଥାନୀୟ ଜମ୍ମୁ ଓ କଶ୍ମୀରର ପୋଲିସ କର୍ମଚାରୀ । ହେଲେ ଡ୍ରୋନ୍‌ ଗୁଡ଼ିକ ରେଞ୍ଜ୍‌ ବାହାରେ ଉଡ଼ୁ ଥିବାରୁ ସେଗୁଡ଼ିକୁ ଗୁଳି କରାଯାଇ ପାରିନଥିଲା । ଶନିବାର ଦିନ ମଧ୍ୟ ଦୁଇଟି ଭିନ୍ନ ସ୍ଥାନରେ ସନ୍ଦେହଜନକ ଡ୍ରୋନ୍ ଦେଖିବାକୁ ମିଳିଥିଲା । ଡ୍ରୋନ୍ ଗୁଡିକ ରାତି ପ୍ରାୟ ୯.୩୦ ସମୟରେ ପାଞ୍ଚଶହ ମିଟର ଉଚ୍ଚରେ ଉଡୁଥିବାର ସୂଚନା ମିଳିଛି । ସୀମାରେ ଡ୍ରୋନ୍ ଦେ‍ଖାଯିବା ପରେ ବର୍ତ୍ତମାନ ସୁରକ୍ଷା ବାହିନୀ ସତର୍କ ଥିବା ନେଇ ଜଣାପଡିଛି ।

Breaking News