ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରେଳ ଷ୍ଟେସନରେ ଖୋଲିବ ଜନ ଔଷଧି କେନ୍ଦ୍ର। ଭାରତୀୟ ରେଳ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଖୋଲିବାର ପରିସର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ୬୧ରୁ ଊର୍ଦ୍ଧ୍ବ ରେଳ ଡିଭିଜନ୍ର ଷ୍ଟେସନକୁ ଚୟନ କରାଯାଇଛି। ଏଥି ମଧ୍ୟରେ ପୁରୁଣା ଦିଲ୍ଲୀ, ୟୁପିର ପ୍ରୟାଗରାଜ, ଅଲିଗଡ଼, ଗୋଣ୍ଡା, ବସ୍ତୀ, ବଲିଆ, ବାରାଣସୀ ସିଟି, ଫରୁଖାବାଦ ଓ ଉତ୍ତରାଖଣ୍ଡ, ପଞ୍ଜାବ, ରାଜସ୍ଥାନ ସମେତ ଅନ୍ୟାନ୍ୟ ରାଜ୍ୟର ରେଳ ଷ୍ଟେସନ ମଧ୍ୟ ରହିଛି। ଅଧିକାରୀଙ୍କ କହିବାନୁସାରେ, ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଷ୍ଟେସନଗୁଡ଼ିକରେ ଖୁବ୍ ଶୀଘ୍ର ଶସ୍ତା ଔଷଧ ଦୋକାନ ଖୋଲିବ। ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ରରେ ପ୍ରାୟ ୧୯୬୩ ପ୍ରକାର ଔଷଧ ଓ ୨୯୩ ସର୍ଜିକାଲ ଉପକରଣ ବିକ୍ରି ହୋଇଥାଏ। ଏଲୋପାଥିକ୍ ସହ ଆୟୁର୍ବେଦିକ ଔଷଧକୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଛି। ରେଲଓ୍ବେ ବୋର୍ଡ ଏକ ସର୍କୁଲାର ଜାରି କରି କହିଛି ଯେ, ୬୧ ଷ୍ଟେସନରେ ଜନ ଔଷଧି କେନ୍ଦ୍ର ଖୋଲିବା ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଉ। ଏହାପୂର୍ବରୁ ୫୦ଟି ରେଳ ଷ୍ଟେସନରେ ଏଭଳି କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ଷ୍ଟଲ ଖୋଲିବାକୁ ଆଗ୍ରହୀ ଲୋକଙ୍କୁ ଆବେଦନ କରିବାକୁ ରେଳବାଇ ପକ୍ଷରୁ କୁହାଯାଇଛି।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….