ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟୋକିଓର ହନେଡା ବିମାନବନ୍ଦରରେ ଜାପାନ ଏୟାରଲାଇନ୍ସର ଏକ ବିମାନରେ ଅଗ୍ନିକାଣ୍ଡ ଘଟିଛି। ଏୟାରପୋର୍ଟର ରନୱେରେ ତଟରକ୍ଷୀ ବାହିନୀର ବିମାନ ଓ ଗୋଟିଏ ଯାତ୍ରୀବାହୀ ବିମାନ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଜାପାନ ଏୟାରଲାଇନ୍ସର ବିମାନ ସଂପୂର୍ଣ୍ଣ ଭାବେ ପାଉଁଶ ହୋଇଯାଇଛି। ତେବେ ସମସ୍ତ ୩୭୯ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଜଳି ଯାଇଥିବା ବିମାନରୁ ଉଦ୍ଧାର କରି ନିଆଯାଇଛି। କିନ୍ତୁ ଏବେ ଖବର ମିଳିଛି ଯେ ତଟରକ୍ଷୀ ବାହିନୀର ବିମାନରେ ଥିବା ୫ ଜଣ କ୍ରୁ ସଦସ୍ୟଙ୍କର କୌଣସି ପତ୍ତା ମିଳୁନାହିଁ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..