ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ ହୋଇଛି। ଆଜି ସକାଳେ ନରା ସହରରେ ସିଞ୍ଜୋ ଭାଷଣ ଦେଉଥିବା ବେଳେ ଆକ୍ରମଣକାରୀ ତାଙ୍କ ଉପରକୁ ଦୁଇଟି ଗୁଳି ଚଳାଇଥିଲେ। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ରହିଥିଲା। ତାଙ୍କୁ ବଞ୍ଚାଇବାକୁ ଡାକ୍ତରମାନେ ଯଥାସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ ସେ ଜୀବନ ସହିତ ଲଢେଇକରି ଶେଷରେ ଆଖି ବୁଜିଦେଇଛନ୍ତି | ସୂଚନା ଅନୁସାରେ ଆଜି ‘ୟାମାତୋ ସାଇଡାଇଜି ଷ୍ଟେସନ୍’ ସମ୍ମୁଖରେ ଆବେ ଏକ ନିର୍ବାଚନୀ ପ୍ରଚାର ଅଭିଯାନରେ ଭାଷଣ ଦେଉଥିବା ବେଳେ ସ୍ଥାନୀୟ ସମୟ ପୂର୍ବାହ୍ନ ୧୧.୩୦ ବେଳେ ଆକ୍ରମଣର ଶିକାର ହୋଇଥିଲେ। ତେବେ ଏହି ଘଟଣା ପରେ ନରା ସହରନିବାସୀ ୪୧ ବର୍ଷିୟ ସେସୁୟା ୟାମାଗାମିଙ୍କୁ ଗିରଫ କରାଯାଇଛି | ୬୭ ବର୍ଷୀୟ ସିଞ୍ଜୋ ଆବେ ଜାପାନର ୨୦୦୬ ରୁ ୨୦୦୭ ପର୍ଯ୍ୟନ୍ତ ଏବଂ ପୁନର୍ବାର ୨୦୧୨ ରୁ ୨୦୨୦ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ। ତାଙ୍କ ଜେଜେବାପା ମଧ୍ୟ ଜାପାନର ପ୍ରଧାନମନ୍ତ୍ରୀ ଥିଲେ ଏବଂ ତା’ପରେ ତାଙ୍କ ପିତା ମଧ୍ୟ ଦେଶର ବୈଦେଶିକ ମନ୍ତ୍ରୀ ଥିଲେ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..