ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଧାନସଭାରେ ବିଜେଡି ବିଧାୟକ ଓ ସାଂସଦମାନଙ୍କୁ ଭେଟିଛନ୍ତି। ବିଧାନସଭାର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ କରିଥିଲେ। ଏଥିରେ ଦ୍ରୌପଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡିର ସାଂସଦ ଓ ବିଧାୟକମାନଙ୍କୁ ସମର୍ଥନ ଲୋଡ଼ିଛନ୍ତି। ନବୀନଙ୍କୁ ଭାଇ ସମ୍ବୋଧନ କରି ଦ୍ରୌପଦୀ ଭାବପ୍ରବଣ ହୋଇ କହିଛନ୍ତି, ମୁଁ ନବୀନଙ୍କୁ ରାଖି ବାନ୍ଧିଥିଲି। ରାଖିର ପାଉଣା ମାଗିବା ପୂର୍ବରୁ ସେ ମୋତେ ସମର୍ଥନ ଦେଇଛନ୍ତି। ବିଦେଶରେ ଥାଇ ବି ମୋତେ ଫୋନ୍ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ଲାଗି ନିବେଦନ କରିବା ସହ ଦଳ ବାହାରେ ଅନ୍ୟମାନଙ୍କ ସମର୍ଥନ ଲାଗି ବି ଚେଷ୍ଟା କରାଯିବ ବୋଲି କହିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମଧ୍ୟ ଉପସ୍ଥିତ ଥିବା ଜଣାଯାଇଛି।






More Stories
ଗଡ଼ିଲା ୩ ରଥ,ଜୟ ଜଗନ୍ନାଥ ଧ୍ୱନିରେ ଶ୍ରୀକ୍ଷେତ୍ର ପ୍ରକମ୍ପିତ…..
ପ୍ରବଳରୁ ଅତି ପ୍ରବଳ ବର୍ଷା:୧୩ ଜିଲ୍ଲାକୁ ରେଡ୍-ଅରେଞ୍ଜ ଓ୍ବାର୍ନିଂ ଜାରି…..
ରଥଯାତ୍ରାରେ ଭକ୍ତଙ୍କ ମୃତ୍ୟୁ :ଦଳା ଚକଟା ନୁହେଁ ଅଣନିଶ୍ବାସୀ ହେବାରୁ….