ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡ଼ାଙ୍କ ସଭାସ୍ଥଳରେ ବୋମା ବିସ୍ଫୋରଣ ହୋଇଛି । ୟାକାୟାମା ସହରରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡ଼ା ମଞ୍ଚରେ ଉପସ୍ଥିତ ଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ପ୍ରଧାନମନ୍ତ୍ରୀଙ୍କର କୌଣସି କ୍ଷୟକ୍ଷତି ହୋଇ ନ ଥିବା ବେଳେ ପୋଲିସ ଜଣଙ୍କୁ ଗିରଫ କରିଛି। ଜାପାନ ଗଣମାଧ୍ୟମ ରିପୋର୍ଟର ସୂଚନା ଅନୁସାରେ- ପ୍ରଧାନମନ୍ତ୍ରୀ କିଶିଡ଼ା ଜଣେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ନିମନ୍ତେ ୟାକାୟାମା ସହରକୁ ଯାଇଥିଲେ। ସେଠାରେ ସେ ସାଧାରଣ ଜନତାଙ୍କୁ ସମ୍ବୋଧନ କରିବା ପୂର୍ବରୁ ହଠାତ୍ ସଭାସ୍ଥଳରେ କିଛି ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳ ସମ୍ପୂର୍ଣ୍ଣ ଭାବେ ଧୂଆଁମୟ ହୋଇ ଯାଇଥିଲା। ଏହାଦେଖି ଦୌଡିବା ଆରମ୍ଭ କରିଥିଲେ। ବିସ୍ଫୋରଣରେ ପ୍ରଧାନମନ୍ତ୍ରୀ କିଶିଡ଼ାଙ୍କ କୌଣସି କ୍ଷତି ହୋଇନଥିବା ଜଣାପଡିଛି । ବିସ୍ଫୋରଣ ପରେ ସୁରକ୍ଷା କର୍ମୀ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ତୁରନ୍ତ ସୁରକ୍ଷିତ ଭାବେ ସେଠାରୁ ଅନ୍ୟଜାଗାକୁ ସ୍ଥାନାନ୍ତର କରାଯାଇଥିଲା | ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳରେ ସ୍ମୋକ୍ କିମ୍ବା ପାଇପ୍ ବୋମା ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..