ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ ଦୁଇ ଦିନିଆ ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା |ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ସୋମବାର ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି.କିଷନ ରେଡ୍ଡୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଛନ୍ତି। ଏହି ଗସ୍ତକାଳରେ ସେ ଭାରତ-ଜାପାନ ଦ୍ବିପାକ୍ଷିକ ପ୍ରସଙ୍ଗରେ ବିଭିନ୍ନ ଆଲୋଚନା କରିବେ। ଏହା ସହିତ କେତେକ ବୈଶ୍ବିକ ପ୍ରସଙ୍ଗରେ ମଧ୍ୟ କଥାବାର୍ତ୍ତା କରିବେ। ତେବେ କିସିଦାଙ୍କ ଗସ୍ତର ମୁଖ୍ୟସୂଚୀରେ ରହିଛି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ନେଇ ଆୟୋଜିତ ୪୧ତମ ସାପ୍ରୁ ହାଉସ୍ ଆଲୋଚନାଚକ୍ରରେ ଯୋଗଦାନ କରିବେ। କିସିଦା ତାଙ୍କ ଗସ୍ତ କାଳରେ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କର ବୋଧି ବୃକ୍ଷକୁ ପରିଦର୍ଶନ କରିବେ। ଏହି ବୋଧି ବୃକ୍ଷର ସ୍ବତନ୍ତ୍ର ମହତ୍ତ୍ବ ରହିଛି। ଭଗବାନ ଗୌତମ ବୁଦ୍ଧ ଯେଉଁ ବୋଧି ବୃକ୍ଷ ତଳେ ତପସ୍ବା କରି ନିର୍ବାଣ ପ୍ରାପ୍ତି ହୋଇଥିଲେ ସେହି ବୋଧି ଗଛରୁ ସୃଷ୍ଟ ଚାରା ଦିଲ୍ଲୀ ବୁଦ୍ଧ ଜୟନ୍ତୀ ପାର୍କରେ ରୋପଣ କରାଯାଇଥିଲା। ୧୯୬୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଏହି ଚାରାକୁ ରୋପଣ କରିଥିଲେ। ଏହି ବୋଧି ଚାରାକୁ ଶ୍ରୀଲଙ୍କାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶିରିମାଭୋ ବନ୍ଦରାନାଇକେ ଉପହାର ଆକାରରେ ଶାସ୍ତ୍ରୀଙ୍କୁ ଦେଇଥିଲେ।






More Stories
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
ଆଜି ରାତିରେ ବଡ ଯୁଦ୍ଧ ! ୮ଟା ଯାଏଁ ଡେଡ୍ଲାଇନ୍…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….