ରିପୋର୍ଟ କାର୍ଡ / ଖୋର୍ଦ୍ଧା
ଜଟଣୀରେ ଗଣେଶ ପୂଜାକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଆଜି ଅପରାହ୍ଣରେ ସ୍ଥାନୀୟ ଥାନା ଅଧୀନ କୁଦିଆରୀ ରଂଗଣୀ ସାହିସ୍ଥିତ ଏକ କ୍ଲବ ଘର ପଛପଟରୁ ଜଣେ ଯୁବକଙ୍କ ମୃତଦେହ ତଣ୍ଟିକଟା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ପ୍ରଫୁଲ୍ଲ ବାରିକ। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପୁରୀ ଜିଲ୍ଲା ପିପିଲି ଥାନା ଅଧୀନ ହରିରାଜପୁରର ଗାଁର ପ୍ରଫୁଲ୍ଲ ବାରିକଙ୍କ ମୃତଦେହ ତଣ୍ଟିକଟା ଅବସ୍ଥାରେ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକଙ୍କ ଠାରୁ ଆଜି ଅପରାହ୍ଣରେ ହତ୍ୟା ନେଇ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଛାନ୍ଭିନ ଜାରି ରଖିଛି।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..