Report Card Odisha

| Daily Odia News

ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ଓ ଦିବ୍ୟ ଦିଗନ୍ତ ଅନୁଷ୍ଠାନ ପକ୍ଷରୁ ରଜ ସଂକ୍ରାନ୍ତି ଉତ୍ସବ ପାଳନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ଭୁବନେଶ୍ବର ପକ୍ଷରୁ ୬ଷ୍ଠ ବାର୍ଷିକ ଉତ୍ସବ ଉତ୍କଳ ରଙ୍ଗମଞ୍ଚ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଜୟଦେବ ବିହାର ଠାରେ ରଜ ସଂକ୍ରାନ୍ତି ଉତ୍ସବ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ପକ୍ଷରୁ ସ୍ବାସ୍ଥ୍ୟ ଶିବିର ସହ ରଜ ପିଠା, ରଜ ପାନ, ଦୋଲି, ବିଭିନ ପାରମ୍ପରିକ ଖେଳ ର ବ୍ୟବସ୍ଥା କରାଯାଇଥିଲା | ଚଳିତ ବର୍ଷ ପ୍ରଥମ ଥର ପାଇଁ ସୁନାମଧନ୍ୟ ଡାକ୍ତର ବିଦ୍ୟୁତ ଦାଶ ଓ ଡ଼ କୃଷ୍ଣ କେଶବ ଷଡଙ୍ଗୀ ଙ୍କୁ ତାଙ୍କର ସମ୍ପୂର୍ଣ୍ଣ ସମର୍ପିତ ଭବରେ ସାମାଜ ସେବା ନିମନ୍ତେ “ଉତ୍କଳ ଶ୍ରୀ” ସମ୍ମାନରେ ସମ୍ମାନୀତ କରାଯାଇଥିଲା | ସମାଜରେ ସମର୍ପିତ ଭାବ ନେଇ ଜନସାଧାରଣ ଙ୍କ ସେବାରେ କାର୍ଯ୍ୟ କରି ଥିବା ସମ୍ମାନୀୟ ବ୍ଯକ୍ତି ଓ ମହିଳା ଙ୍କୁ “ସେବା ରତ୍ନ” ସମ୍ମାନରେ ସମ୍ମାନିତ କରାଯାଇଥିଲା | ସମ୍ପାଦକ ଡ ନାରାୟଣ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଥିବା ସଭାରେ ଡଃ ଶ୍ୟାମା ମଣି ଦେବୀ ମୁଖ୍ୟ ଅତିଥି, ସମ୍ମାନୀୟ ଅତିଥି ଭାବେ ଡ଼ ଶାନ୍ତନୁ ରଥ, ନିଳାଦ୍ରି ଶତପଥୀ, ବିଶିଷ୍ଠ ଅତିଥି ଭାବେ ଶ୍ରୀମତି ଶାସ୍ୱତୀ ମିଶ୍ର ଯୋଗ ଦେଇ ରଜ ପର୍ବ ପାଳନ ବିଷୟ ରେ ବହୁ ରୋଚକ ପୂର୍ଣ୍ଣ ବାର୍ତ୍ତା ଦେଇଥିଲେ | ଡାକ୍ତର କୃଷ୍ନ କେଶବ ଷଡଙ୍ଗୀ ବହୁତ ସୁନ୍ଦର ଭାବେ ସେବା ଉପରେଆଲୋଚନା କରିଥିଲେ | ଏହି କାର୍ଯ୍ୟକ୍ରମ ରେ କୋଷାଧକ୍ଷ ଉମାନାଥ ମିଶ୍ର ମନୋଜ କୁମାର ରାଉଳ, ଦିଲ୍ଲୀପ ପଟ୍ଟନାୟକ, ବିପିନ ବିହାରୀ ସାହୁ,ଦିବ୍ୟ ଦିଗନ୍ତ.ଅନୁଷ୍ଠାନ ପକ୍ଷରୁ ସହ ପ୍ରତିଷ୍ଠାତା ଜୟ ପ୍ରକାଶ ମିଶ୍ର, ଶ୍ରୀମତୀ ମମତା ବିଶ୍ଵାଳ, ଅଚ୍ୟୁତ ପ୍ରସାଦ ବେହେରା ଲଲିତ ମୋହନ ଖୁଣ୍ଟିଆ,ଆଦର୍ଶ ପଟନାୟକ, ରାହୁଲ ପଳେଇ , ସୋନୁ ସାହୁ ମନୋରଞ୍ଜନ ବିବିସି ଏନ୍ସିସି. ଏହି ଅବସରରେ ବନ୍ଦେ ଉତ୍କଳ ଜନନୀ, ଭଜନ, ଓଡ଼ିଶୀ ନୃତ୍ୟ, ସମ୍ବଲପୁରି, ଓ ଭୁବନେଶ୍ଵର ଲେଡିଜି ଫୋରମ, ଡିକେ ଷ୍ଟୁଡିଓ ପକ୍ଷରୁ ରଜ ଗୀତ ଓ ଅନ୍ୟାନ୍ୟ ଆଧୁନିକ ଗୀତ ସହ ନାଚ ର ମଧ୍ଯ ଆୟୋଜନ କରାଯାଇଥିଲା |

Breaking News