ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଏସଆଇ ନିଗମ କରିଥିବା ଏକ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେଅଭିନେତ୍ରୀ ତଥା ବିଜେପି ନେତ୍ରୀ ଜୟା ପ୍ରଦା। ଏହି ମାମଲାର ଶୁଣାଣି କରି ଅଦାଲତ ଜୟାଙ୍କୁ ୬ ମାସ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା କରାଯାଇଛି। ତାଙ୍କ ଥିଏଟରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ କର୍ମଚାରୀ ରାଜ୍ୟ ବୀମା (ESI) ଟଙ୍କା ଦେଉନଥିବା ଅଭିଯୋଗର ଶୁଣାଣି କରି ଚେନ୍ନାଇର ଏକ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ୧୯୯୧ (ନଭେମ୍ବର)ରୁ ୨୦୦୨ (ସେପ୍ଟେମ୍ବର) ପର୍ଯ୍ୟନ୍ତ ୮,୧୭,୭୯୪ ଟଙ୍କା ଦେବାରେ ବିଫଳ ହୋଇଥିବାରୁ ESI ନିଗମ ଜୟା ପ୍ରଦା ଏବଂ ତାଙ୍କ ଭାଇଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲା। ମାମଲାର ଶୁଣାଣି କରି ଇଗମୋରର ଦ୍ୱିତୀୟ ମହାନଗର ନିଗମ ମାଜିଷ୍ଟ୍ରେଟ୍ କୋର୍ଟ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ଅଭିଯୋଗକାରୀଙ୍କୁ ଉପଯୁକ୍ତ ପରିମାଣର ଅର୍ଥ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….