Report Card Odisha

| Daily Odia News

ବିଜେପି ସହ ମେଣ୍ଟ ଭାଙ୍ଗିଲା ଜେଡି ୟୁ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ର ରାଜନୈତିକ ମହା ସଙ୍କଟ ପରେ ଏବେ ବିହାର ରାଜ‌ନୈତିକ ସଂକଟ ଦେଖିବାକୁ ମିଳିଛି | ବିହାରର ରାଜନୀତି ବର୍ତ୍ତମାନ ସରଗରମ ରହିଛି | ଅନେକ ଦିନ ହେବ ଲାଗିରହିଥିବା ଚର୍ଚ୍ଚାର ଅନ୍ତଘଟିଛି | ବିହାରରେ ଶାସନ କରୁଥିବା ଜନତା ଦଳ ଓ ବିଜେପି ମେଣ୍ଟ ଭାଙ୍ଗିଯାଇଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଜେଡି ୟୁ ର ସାଂସଦ ଓ ବିଧାୟକଙ୍କୁ ନେଇ ଡାକିଥିବା ବୈଠକ ଶେଷ ହେବା ପରେ ଏହି ଖବର ସାମ୍ନାକୁ ଆସିଛି । ଜେଡିୟୁ ନିଜ ଆଡୁ ବିଜେପି ସହ ନିଜର ମେଣ୍ଟ ଭାଙ୍ଗିଦେଇଥିବା ସୂଚନା ମିଳିଛି । ଏହି ମେଣ୍ଟ ଭଙ୍ଗ କରିବା ପରେ ଆଜି ଅପରାହ୍ଣ ୪ଟାରେ ନୀତୀଶ କୁମାର ରାଜ୍ୟପାଳଙ୍କୁ ଭେଟିବାକୁ ଯିବେ ବୋଲିଜଣା ପାଟିଛି | ପୂର୍ବରୁ ଜେଡିୟୁ କହିଥିଲା ଯେ ବିଜେପି ମହାରାଷ୍ଟ୍ରର ଶିବସେନା ପରେ ତାଙ୍କ ଦଳକୁ ଭାଙ୍ଗିବାକୁ ଚାହୁଁଛି। ଅପରପକ୍ଷେ ଅମିତ ଶାହ ନିକଟରେ କହିଥିଲେ ଯେ ଜେଡିୟୁ କହୁଛି ୨୦୨୪ ସାଧାରଣ ନିର୍ବାଚନ ଏବଂ ତା’ପର ବର୍ଷ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ବିଜେପି ସହ ମେଣ୍ଟ ହେବ କି ନା ଠିକ୍ ହୋଇନାହିଁ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ନୀତୀଶ ଫୋନ୍‌ରେ କଥା ହେବା ପରେ ସେ ବିଜେପି ହାତଛାଡ଼ି ପୁଣି କଂଗ୍ରେସ, ଆର୍‌ଜେଡି ଓ ବାମଦଳ ସହ ମେଣ୍ଟ କରିବାର ସମ୍ଭାବନା ଉଜ୍ଜ୍ବଳତର ହୋଇଛି। ଅନ୍ୟପଟେ ବିହାରରେ ବିଜେପିକୁ କ୍ଷମତାରୁ ବାହାରେ ରଖିବାକୁ ହେଲେ ବିରୋଧୀ ଦଳଗୁଡ଼ିକୁ ଜେଡିୟୁ ସହ ମେଣ୍ଟ କରିବା ଛଡ଼ା ଅନ୍ୟ କିଛି ବିକଳ୍ପ ନାହିଁ। ଉଳ୍ଲେଖଯୋଗ୍ୟ, ମୋଦୀ ସରକାରରେ ଏକମାତ୍ର କ୍ୟାବିନେଟ୍ ମନ୍ତ୍ରୀ ଥିବା ଜେଡିୟୁର ବରିଷ୍ଠ ନେତା ଆର୍‌ସିପି ସିଂହ ଇସ୍ତଫା ଦେଇ ନୀତୀଶଙ୍କ ଉପରେ ବର୍ଷୀବା ସହିତ କହିଥିଲେ କି ବୁଡ଼ିଲା ଜାହାଜ କହି କଟାକ୍ଷ କରିଥିଲେ | ପରେ ନୀତୀଶ କୁମାର ସନ୍ଦେହ କରିଥିଲେ ଯେ ବିଜେପି ବିହାରରେ ମହାରାଷ୍ଟ୍ର ଭଳି କିଛି ଘଟଣା ଘଟାଇବାକୁ ଯାଉଛି। ଏହାପରେ ସେ ରାଜନୈତିକ ଗୋଟିଚାଳନା ଆରମ୍ଭ କରିଥିଲେ।ଏବେ ନୀତିଶ କଂଗ୍ରେସ ଓ ଆରଜେଡି ସଙ୍ଗେ ହାତ ମିଳାଇ ନୂଆ ସରକାର ଗଢ଼ିବା ଏକପ୍ରକାର ନିଶ୍ଚିତ ହୋଇଛି ।

Breaking News