ରିପୋର୍ଟ କାର୍ଡ / ପୁରୀ
ସମୁଦ୍ରରେ ଗାଧୋଇବା ବେଳେ ଆଜି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ମୃତ ପର୍ଯ୍ୟଟକ ଜଣଙ୍କ ଯୁବତୀ ହୋଇଥିବା ବେଳେ ତାଙ୍କ ନାମ ମିନାକ୍ଷୀ ନାୟକ। ମିନାକ୍ଷୀଙ୍କ ସମେତ ୬ ଜଣ ପର୍ଯ୍ୟଟକ ଛତିଶଗଡ଼ରୁ ପୁରୀ ବୁଲିବାକୁ ଆସିଥିଲେ। ସେମାନେ ପୁରୀର ଏକ ହୋଟେଲରେ ରହୁଥିବା ବେଳେ ଆଜି ସକାଳେ ସମୁଦ୍ର ବୁଲିବାକୁ ଯାଇଥିଲେ। ଦିଗବାରେଣି ଖୁଣ୍ଟି ବେଳାଭୂମିରେ ମିନାକ୍ଷୀ ଓ ଅନ୍ୟମାନେ ଗାଧୋଉଥିବା ବେଳେ ୩ ଜଣ ଭାସି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ଦୁଇଜଣଙ୍କୁ ତୁରନ୍ତ ଉଦ୍ଧାର କରିଥିବା ବେଳେ ମିନାକ୍ଷୀ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ବ୍ଲୁ ଫ୍ଲାଗ ସି ବିଚ୍ରୁ ମିନାକ୍ଷୀଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ତୁରନ୍ତ ତାଙ୍କୁ ପୁରୀ ବଡ଼ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।






More Stories
ପୁଣି ୨ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର…..
ଟ୍ରେନ୍ରେ ସେଲ୍ଫି ନେବା ବେଳେ ଜଳିଗଲେ…..
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..