Report Card Odisha

| Daily Odia News

ପ୍ରକାଶ ପାଇଲା ଜେଇଇ ମେନ୍, ଓଡିଶାରୁ ଗୌତମ ଦାସ ଟପର୍….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଇଆଇଟି ସମେତ ଦେଶର ବିଭିନ୍ନ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଫେବୃଆରୀରେ ଅନୁଷ୍ଠିତ ଜେଇଇ ମେନ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ର, ଗୌତମ ଦାସ ୯୯.୯୯ ସ୍କୋର କରି ଓଡ଼ିଶା ଟପର୍‌ ହୋଇଛନ୍ତି। ସେ ବାଲେଶ୍ବର ବାସିନ୍ଦା ରବୀନ୍ଦ୍ର ଦାସଙ୍କ ପୁଅ ବୋଲି ଜଣାପଡ଼ିଛି। ପରୀକ୍ଷା ଲାଗି ୬.୫୨ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୬ ଲକ୍ଷ ୨୦ ହଜାର ୯୭୮ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ ପରୀକ୍ଷାର୍ଥୀ ୧୦୦ ଏନ୍‌ଟିଏ ସ୍କୋର କରିଛନ୍ତି। ସେମାନେ ହେଲେ ରାଜସ୍ଥାନର ସଙ୍କେତ ଝା, ଦିଲ୍ଲୀର ପ୍ରଭାକର କଟାରିଆ ଓ ରଞ୍ଜିମ୍‌ ପ୍ରବଳ ଦାସ, ଛତିଶଗଡ଼ର ଗୁରମର୍ତ୍ତି ସିଂ, ମହାରାଷ୍ଟ୍ରର ସିଦ୍ଧାନ୍ତ ମୁଖାର୍ଜୀ ଓ ଗୁଜୁରାଟ ଅନନ୍ତ କ୍ରିଷ୍ଣ କିଡାମ୍ବି। ବି.ଇ ଏବଂ ବି.ଟେକ୍‌ ଲାଗି ଜାନୁଆରି ୨୪ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ଜେଇଇ ମେନ୍‌ ଲାଗି ୩୩୧ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ପ୍ରଥମ ଥର ଲାଗି ଓଡ଼ିଆ ସମେତ ଇଂରାଜୀ, ହିନ୍ଦୀ, ଗୁଜୁରାଟି, ଆସାମୀ, ବେଙ୍ଗଲି, କନ୍ନଡ଼, ମାଲାୟଲମ୍‌, ମରାଠୀ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଧ୍ବ ଭାଷାରେ ପରୀକ୍ଷା କରାଯାଇଥିଲା। ଫେବ୍ରୁଆରି ସମେତ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ହେବାକୁ ଥିବା ଜେଇଇ ମେନ୍‌ ପରୀକ୍ଷାର ରେଜଲ୍ଟକୁ ଆଧାର କରି ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କ ରିୟାଙ୍କ ପ୍ରକାଶ ପାଇବ।

Breaking News