Report Card Odisha

| Daily Odia News

ଅନୁଭବ-ବର୍ଷା ମାମଲା:ଏପ୍ରିଲ ୫ରେ କଟକ ପରିବାର ଅଦାଲତରେ ହାଜର ହେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ/କଟକ

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଆସନ୍ତା ଏପ୍ରିଲ ୫ କଟକ ପରିବାର ଅଦାଲତରେ ହାଜର ହେବାକୁ ସୁପ୍ରିମକୋର୍ଟ ର୍ଦ୍ଦେଶ ଦେଇଛନ୍ତି। ଗତ ୫ ତାରିଖରେ ଅନୁଭବ-ବର୍ଷାଙ୍କ ଛାଡ଼ପତ୍ର ମାମଲା କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟ ଦିଲ୍ଲୀର ପଟିଆଲା ହାଉସ କୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟର ସବିଶେଷ କପି ଆଜି ହସ୍ତଗତ ହୋଇଛି। ଏହି ପ୍ରସଙ୍ଗରେ ଅନୁଭବଙ୍କ ସହମତିକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ବର୍ଷାଙ୍କ ସ୍ଥାନାନ୍ତର ପିଟିସନକୁ ଅନୁମତି ଦେଇଥିବା ପ୍ରକାଶିତ ରାୟରୁ ସ୍ପଷ୍ଟ ହୋଇଛି। ଉଲ୍ଲେଖଯୋଗ୍ୟ ,ସାଂସଦ ଅନୁଭବ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ଗତବର୍ଷ ଜୁଲାଇ ୧୬‌ରେ ପିଟିସନ୍ ଦାଖଲ କରିଥିଲେ। କଟକ ପରିବାର ଅଦାଲତକୁ ଏହି ଛାଡ଼ପତ୍ର ମାମଲା ସ୍ଥାନାନ୍ତର ପାଇଁ ବର୍ଷା ସୁପ୍ରିମ‌େକାର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୦, ଅକ୍ଟୋବର ୧୬ରେ ସୁପ୍ରିମକୋର୍ଟ ଶୁଣାଣି କରି ଆପୋସ ବୁଝାମଣା ସମ୍ଭାବନାକୁ ଦୃଷ୍ଟିରେ ରଖି ମଧ୍ୟସ୍ଥତା କେନ୍ଦ୍ରକୁ ପଠାଇଥିଲେ। ଏଥିସହିତ ପଟିଆଲା ହାଉସ ଫାମିଲି କୋର୍ଟରେ ବିଚାରାଧୀନ ଅନୁଭବଙ୍କ ଆବେଦନର ଶୁଣାଣି ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଉଭୟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ ମଧ୍ୟ ଆପୋସ ବୁଝାମଣାରେ ବିବାଦର ସମାଧାନ ହୋଇ ପାରିନଥିଲା।

Breaking News