ରିପୋର୍ଟ କାର୍ଡ / ଝାରସୁଗୁଡ଼ା
ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ନାମାଙ୍କନ ପତ୍ର ଦାଖଲ କରିବେ। ଦଳର ତୁଙ୍ଗନେତାଙ୍କ ଗହଣରେ ସକାଳ ୧୦ ଟାରେ ମନମୋହନ ଏମ ଇ ସ୍କୁଲ ପଡ଼ିଆରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ ଅଫିସରେ ପହଁଞ୍ଚି ନାମାଙ୍କନ ପତ୍ର ଦାଖଲ କରିବେ। ତେବେ ଏହି ଶୋଭାଯାତ୍ରାରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି କନକବର୍ଦ୍ଧନ ସିଂହଦେଓ, ବସନ୍ତ ପଣ୍ଡା, ସମୀର ମହାନ୍ତି, ସାଂସଦ ସୁରେଶ ପୂଜାରୀ, ଜୁଏଲ ଓରାମ୍ ଙ୍କକ ସହ ଦଳର ଅନେକ ବିଧାୟକ ଓ ଛାମୁଆ ସଂଗଠନ ର ନେତା ସାମିଲ ହେବେ। ଗତ ୧୫ ତାରିଖରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନାମାଙ୍କନ ପତ୍ର ଦାଖଲ କରି ସାରିଛନ୍ତି । ଆସନ୍ତାକାଲି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନାମାଙ୍କନ ପତ୍ର ଦାଖଲ କରିବେ।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..