Report Card Odisha

| Daily Odia News

ଆଜି ସରୁଛି ଝାରସୁଗୁଡ଼ା ନିର୍ବାଚନ ପ୍ରଚାର…..

ରିପୋର୍ଟ କାର୍ଡ / ଝାରସୁଗୁଡ଼ା

ନିର୍ବାଚନ ପ୍ରଚାରରେ କମ୍ପୁଛି ଝାରସୁଗୁଡ଼ା । ଉପନିର୍ବାଚନ ପାଇଁ ଆଜି ପ୍ରଚାର ସରିବ ।  ୩ ପ୍ରମୁଖ ଦଳର ପ୍ରାର୍ଥୀ ବିଜେଡି ର ଦୀପାଳି ଦାସ, ବିଜେପି ର ଟଙ୍କଧର ତ୍ରିପାଠୀ ଏବଂ କଂଗ୍ରେସ ର ତରୁଣ ପାଣ୍ଡେ ମାରାଥନ ପ୍ରଚାର ଚଳାଇଛନ୍ତି। ଘରକୁ ଘରୁ ବୁଲି ଭୋଟରଙ୍କୁ ନିଜ ପକ୍ଷରେ କରିବାକୁ ଉଦ୍ୟମ ଚଳାଇଛନ୍ତି।  ଶେଷ ଦିନରେ ସବୁ ଦଳର ଷ୍ଟାର ପ୍ରଚାରକ ବି କ୍ୟାମ୍ପେନ୍ ପରେ ମଇଦାନ ଛାଡ଼ିବେ। ଗତକାଲି ଝାରସୁଗୁଡ଼ା ଉନପନିର୍ବାଚନରେ ହେଭିୱେଟ୍‌ଙ୍କ ପ୍ରଚାର ଦେଖିବାକୁ ମିଳିଥିଲା। ଅମରପାଲିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ସଭା କରି ନବ ଦାସଙ୍କ ଝିଅ ଦୀପାଳିଙ୍କ ପାଇଁ ଭୋଟ ମାଗିଥିବା ବେଳେ ଅନ୍ୟ ପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ରୋଡ୍‌ କରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଁ ଭୋଟ୍ ମାଗିଥିବା ବେଳେ କୋଲାବିରା ନିର୍ବାଚନୀ ସଭାରେ ଶାସକ ଦଳକୁ ଜୋରଦାର ଟାର୍ଗେଟ୍ କରିଥିଲେ। ଆସନ୍ତା ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛିା ଆଜିଠୁ ପୋଲିଂ ପାର୍ଟି ନିଜ ନିଜ ବୁଥକୁ ଯିବା ଆରମ୍ଭ କରିବେ। ମେ’ ୧୩ ତାରିଖରେ ଭୋଟ୍ ଗଣତି ହେବ।

Breaking News