Report Card Odisha

| Daily Odia News

ନବ ଦାସ ସ୍ମୃତିରେ ବିରାଟ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ…..

ରିପୋର୍ଟ କାର୍ଡ / ଝାରସୁଗୁଡା

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ଆଜି ବର୍ଷେ ପୂରିଛି। ଏଯାଏଁ ହତ୍ୟାର କାରଣ ସାମ୍ନାକୁ ଆସିପାରିନାହିଁ | ଅଭିଯୁକ୍ତ ଗୋପାଳ ଦାସ ନାଁରେ ଚାର୍ଜ ସିଟ୍ ଦାଖଲ ପରେ ବି ବିଚାର ପ୍ରକ୍ରିୟା ଆଶାନୁରୂପ ଭାବରେ ଆଗେଇ ନାହିଁ। ଅଭିଯୁକ୍ତ ଗୋପାଳଙ୍କ ନାଁରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଛି। ହେଲେ ହତ୍ୟାର କାରଣର ପର୍ଦ୍ଦାଫାସ ହୋଇପାରିନି।  ୨୦୨୩ ମସିହା ଜାନୁଆରୀ ୨୯ରେ ସ୍ବଗତଃ ନବ ଦାସ ବ୍ରଜରାଜନଗରକୁ ଏକ ଦଳୀୟ କାର୍ଯ୍ୟକ୍ରମରେ ଯାଉଥିବାବେଳେ ଗାନ୍ଧୀ ଛକ ଫାଣ୍ଡିରେ କାର୍ଯ୍ୟରତ ପୋଲିସ ଏଏସଆଇ ଗୋପାଳ ଦାସ ନବଙ୍କ ଉପରକୁ ଗୁଳିମାଡ କରିଥିଲା। ଆଜି ନବଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଝାରସୁଗୁଡା ମନମୋହନ ସ୍କୁଲ ପଡିଆରୁ ଏକ ମିନି ମାରାଥନର ଆୟୋଜନ ହୋଇଛି। ସେହିପରି ଏସପି ଅଫିସ ସମ୍ମୁଖ ତିନି କୋଣୀଆ ଛକରେ ନବ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି। ପରେ ଦିନ ୧୨ଟାରେ ମନମୋହନ ଏମଇ ସ୍କୁଲ ପଡିଆଠାରେ ସର୍ବଧର୍ମ ସ୍ମୃତି ସଭା ଅନୁଷ୍ଠିତ ହେବ।

Breaking News