ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜୋର୍ଡାନରେ ଆମେରିକୀୟ ସେନା କ୍ୟାମ୍ପକୁ ଟାର୍ଗେଟ୍ କରାଯାଇଛି। ଡ୍ରୋନ୍ ଆକ୍ରମଣରେ ୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି। ସିରିଆ ସୀମା ନିକଟ ଉତ୍ତରପୂର୍ବ ଜୋର୍ଡାନରେ ଏହି ଆକ୍ରମଣ ହୋଇଛି। ଦୀର୍ଘ ଦିନ ପରେ ମଧ୍ୟ ପ୍ରାଚ୍ୟ ଦେଶରେ ଆମେରିକୀୟ ସେନା ମାନଙ୍କୁ ଟାର୍ଗେଟ କରାଯାଇଛି। ସେପଟେ ଏହି ଆକ୍ରମଣ ପାଇଁ ଆମେରିକା ଇରାନକୁ ଦାୟୀ କରିଛି। ଇରାନ୍ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଆକ୍ରମଣ କରିଥିବା ଆମେରିକା କହିଛି। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ଘଟଣାକୁ ନିନ୍ଦା କରିବା ସହ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।






More Stories
ଇଣ୍ଡୋନେସିଆରେ ବିଜୁବାବୁଙ୍କୁ ମୋଦୀଙ୍କ ପ୍ରଶଂସା…..
ରନ୍ଓ୍ବେରେ ୨ ବିମାନ ମୁହାଁମୁହିଁ…..
ବଳାତ୍କାର ପରେ ହତ୍ୟା ମାମଲା: ଅଭିଯୁକ୍ତ ଏନକାଉଣ୍ଟରରେ ନିହତ…..