Report Card Odisha

| Daily Odia News

ଝିଅର ବଏଫ୍ରେଣ୍ଡକୁ ନେଇ ଫେରାର ମା,ପୁଅର ବାପାକୁ ବାହା ହେଲେ ଝିଅ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବ୍ରିଟେନର ଗ୍ଲୁଷ୍ଟରଶାୟରରେ ଜଣେ ମହିଳା ନିଜ ଝିଅର ବଏଫ୍ରେଣ୍ଡ ସହ ଫେରାର ହୋଇଗଲେ। ଏହାପରେ ଝିଅ ବଏଫ୍ରେଣ୍ଡର ବାପା ସହ ବିବାହ କରିଦେଲେ। ଯେତେବେଳେ ଲୋକେ ପ୍ରଶ୍ନ କଲେ ସେ କହିଲେ ଯେ ସେ ନିଜ ବଏଫ୍ରେଣ୍ଡର ବାପାଙ୍କୁ ଦୁଃଖି ଦେଖିବାକୁ ଚାହୁଁନଥିଲେ। ସେ ତାଙ୍କୁ ଖୁସିରେ ରଖିବାକୁ କିଛି ବି କରିପାରିବେ। ମହିଳା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟିକଟକରେ କହିଛନ୍ତି ଯେ ତାଙ୍କ ବଏଫ୍ରେଣ୍ଡର ମା’ଙ୍କ ମୃତ୍ୟୁ ହୋଇଯାଇଛି। ମୁଁ ଚାହୁଁନଥିଲି ଯେ ସେ ଦୁଃଖିତ ହୁଅନ୍ତୁ। ସେଥିପାଇଁ ମୁଁ ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଲି। ଫଳରେ ମୋ ବଏଫ୍ରେଣ୍ଡକୁ ପୁଣି ମା’ ମିଳିଗଲା। ୨୪ ବର୍ଷୀୟ ଗର୍ଭବତୀ ଜେସ ଏଲଡ୍ରିଜଙ୍କ ବଏଫ୍ରେଣ୍ଡ ରୟାନ ଶେଲ୍ଟନ ତାଙ୍କ ମା’ଙ୍କ ସହ ଫେରାର ହୋଇଗଲେ। ଏହାପରେ ଜେସ ରୟାନଙ୍କ ବାପାଙ୍କ ସହ ବିବାହ କଲେ। ରୟାନ ଶେଲ୍ଟନ କରୋନା ମହାମାରୀ ଯୋଗୁଁ ନିଜ ଗାର୍ଲଫ୍ରେଣ୍ଡ ଜେସଙ୍କ ମା ଜର୍ଜିନା ଓ ତାଙ୍କ ପିତା ଏରିକଙ୍କ ସହ ଗ୍ଲୁଷ୍ଟରଶାୟରରେ ବହୁତ ଦିନ ହେଲା ଗୋଟିଏ ଘରେ ରହୁଥିଲେ। ଜେସଙ୍କୁ ସନ୍ଦେହେ ହୋଇଥିଲା ଯେ ରୟାନ ଓ ତାଙ୍କ ମା’ ମଧ୍ୟରେ କିଛି ଚକ୍କର ଚାଲିଛି। ୯ ମାସ ପରେ ଜେସ ଯେତେବେଳେ ନିଜ ଶିଶୁକୁ ଜନ୍ମଦେଇ ହସ୍ପିଟାଲରୁ ଘରକୁ ଫେରିଲେ ତାଙ୍କ ମା’ ରୟାନ ସହ ଫେରାର ହୋଇଯାଇଥିଲେ। ଜେସଙ୍କ ମା’ କହିଥିଲେ ଯେ ଆମେ କାହାକୁ ଭଲପାଉଛୁ ତାହା କହିପାରିବା ନାହିଁ। ଜେସ କହିଛନ୍ତି ମୋତେ ଦୁଇଟି ଛୁଆର ଯତ୍ନ ନେବାକୁ ଏକା ଛାଡି ଦେଇ ସେମାନେ ଫେରାର ହୋଇଗଲେ। ଏଥିପାଇଁ ମୁଁ ବହୁତ ଦୁଃଖିତ। ମୋତେ ବିଶ୍ୱାସ ହେଉନି ଯେ ତଥାପି ମୋ ମା’ ମୋତେ ସରି କହିନାହାନ୍ତି।

Breaking News