Report Card Odisha

| Daily Odia News

ଆସନ୍ତା କାଲିଠାରୁ ଆରମ୍ଭ ଜୋରନ୍ଦା ମେଳା,ଭକ୍ତଙ୍କୁ ମନା……

ରିପୋର୍ଟ କାର୍ଡ / ଢେଙ୍କାନାଳ

ଆସନ୍ତା କାଲିଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଜୋରନ୍ଦା ମେଳା । ଫଳରେ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଜୋରନ୍ଦା ସ୍ଥିତ ମହିମା ଗାଦିର ମହିମା ସାଧୁମାନେ ତାଙ୍କର ଏହି ବାର୍ଷିକ ଉତ୍ସବ ପାଇଁ ବେଶ ପ୍ରସ୍ତୁତି ଚଳାଇଛନ୍ତି । ମାତ୍ର କୋଭିଡ ସଂକ୍ରମଣକୁ ଆଶଙ୍କା କରି ଚଳିତ ବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ମେଳା ଉପରେ କଟକଣା ଜାରି କରାଯାଇଛି । ଏପରିକି ଜିଲ୍ଲା ଓ ରାଜ୍ୟ ବାହାର ଭକ୍ତଙ୍କୁ ଜୋରନ୍ଦା ବାରଣ କରାଯାଇଛି। ଫଳରେ ମହିମା ସାଧୁ କେବଳ ନୀତିକାନ୍ତିରେ ତାଙ୍କର ଏହି ବାର୍ଷିକ ପର୍ବକୁ ସୀମିତ ରଖିବେ ବୋଲି ଜଣାପଡିଛି । ମହିମା ଧର୍ମର ପରମ୍ପରା ମୁତାବକ ଏହି ମେଳା ମାଘ ଶୁକ୍ଳ ଚତୁର୍ଦଶୀ ଅର୍ଥାତ ମଙ୍ଗଳବାର ପ୍ରଭୁ ପୁର୍ଣ୍ଣିମା ଓ ବୁଧବାର ଗୁରୁ ପୂର୍ଣ୍ଣିମା ଏପରି ଦୁଇଦିନ ବ୍ୟାପି ବେଶ ଧୁମ ଧାମରେ ପାଳିତ ହୁଏ । ମହିମା ସନ୍ୟାସୀଙ୍କ ଏହି ୧୪୯ତମ ବାର୍ଷିକ ଉତ୍ସବ ଅବସରରେ ସାରା ବିଶ୍ୱର ମହିମା ସାଧୁ ସନ୍ୟାସୀ ଓ ଶ୍ରଦ୍ଧାଳୁ ମାନେ ତାଙ୍କର ଏହି ମୁଖ୍ୟ ପିଠ ମହିମଗାଦିରେ ଲକ୍ଷ ଲକ୍ଷ ସଂଖ୍ୟାରେ ଯୋଗ ଦିଅନ୍ତି । ଫଳରେ ସ୍ଥାନୀୟ ଲୋକେ ଏହି ମେଳା କୁ ୭ଦିନ ବ୍ୟାପି ବେଶ ଧୁମ ଧାମରେ ପାଳନ୍ତି । କଟକଣା ଫଳରେ ପୀଠର ମହିମା ସାଧୁମାନେ କିପରି ତାଙ୍କର ନୀତି କାନ୍ତି ମୁତାବକ ପରମ୍ପରା ପାଳିବେ ସେଥିପାଇଁ ପ୍ରସ୍ତୁତି କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି ।

Breaking News