Report Card Odisha

| Daily Odia News

ସାମ୍ବାଦିକଙ୍କୁ ଆକ୍ରମଣ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୁରୁବାର ବିଳମ୍ବିତ ରାତିରେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି | ରାୟପୁର ଥାନା ଅନ୍ତର୍ଗତ ଖାଲିୟାରି ବଜାରରେ ଦୁଇଜଣ ସାମ୍ବାଦିକ ଚା ପିଉଥିଲେ। ଏହି ସମୟରେ ବାଇକ୍ ରେ କିଛି ଦୁର୍ବୃତ୍ତ ଆସି ସମ୍ବାଦିକଙ୍କ ଉପରକୁ ଗୁଳି ଚଳାଇଥିଲେ। ଉଭୟ ଗୁରୁତରଙ୍କୁ ପ୍ରତମେ PHC କୁ ନିଆଯାଇଥିଲା। ସେଠାରେ ପ୍ରାରମ୍ଭିକ ଚିକିତ୍ସା ପରେ ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା। ଏହି କାଣ୍ଡ ଘଟାଇବା ପରେ ଦୁର୍ବୃତ୍ତ ବାଇକ୍ ଯୋଗେ ବିହାର ଆଡକୁ ପଳାଇଥିଲେ। ମିଳିଥିବା ସୂଚନା ଅନୁସାରେ- କିଛି ସ୍ଥାନୀୟ ସାମ୍ବାଦିକ ଖାଲିଆରି ବଜାରର ଏକ ଦୋକାନରେ ବସି ଚା ପିଉଥିଲେ। ରାତି ପ୍ରାୟ ନଅଟା ବେଳେ ଭାନି ତରଫରୁ କିଛି ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ବାଜିବା ପରେ ଶ୍ୟାମ ସୁନ୍ଦର ପାଣ୍ଡେ ଏବଂ ଲଡୁ ପାଣ୍ଡେ ଆହତ ହୋଇଛନ୍ତି। ଗୁଳିର ଶବ୍ଦ ଶୁଣି ଲୋକମାନେ ଘଟଣାସ୍ଥଳକୁ ଯିବାବେଳକୁ ଦୁଷ୍କର୍ମକାରୀମାନେ ସେଠାରେ ଚାଲି ଯାଇଥିଲେ। ପ୍ରଥମେ ଶ୍ୟାମ ସୁନ୍ଦର ଏବଂ ଲଡୁ ପାଣ୍ଡେଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା, ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ରାୟପୁର ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ପୁଣ୍ୟ ପ୍ରସୁନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

Breaking News