Report Card Odisha

| Daily Odia News

ସାମ୍ବାଦିକଙ୍କ କାର ଭାଙ୍ଗିଲେ ବିଜେପି କର୍ମୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସାମ୍ବାଦିକ ନିଖିଲ ୱାଗଲେଙ୍କ କାର ଉପରେ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ନିଖିଲ ତାଙ୍କ କାର ଯୋଗେ ପୁଣେରେ ଆୟୋଜିତ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ କିଛି ବିଜେପି କର୍ମୀ ତାଙ୍କୁ ଅଟକାଇ ଏଭଳି ଘଟାଇଛନ୍ତି। ସେମାନେ ନିଖିଲଙ୍କ କାର ଭଙ୍ଗାରୁଜୁ କରିବା ସହ ଗାଡ଼ି ଉପରକୁ କାଳି ମାଡ଼ ମଧ୍ୟ କରିଛନ୍ତି। ଆକ୍ରମଣରେ ନିଖିଲଙ୍କ କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୂରା କାଳି ମାଡ଼ରେ ଏହା ନଷ୍ଟ ହୋଇଯାଇଥିବା ଭିଡିଓ ସାମ୍ନାକୁ ଆସିଛି। ଲାଲ୍‌କୃଷ୍ଣ ଆଡ଼ୱାଣୀଙ୍କୁ ଭାରତ ରତ୍ନ ସମ୍ମାନ ମିଳିବ ବୋଲି ଘୋଷଣା କରାଯିବା ପରେ ନିଖିଲ୍‌ ୱାଗ୍‌ଲେ ଆଡ୍‌ୱାଣୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ଦେଇଥିବା ଟିପ୍ପଣୀକୁ ବିରୋଧ କରି ବିଜେପି କର୍ମୀମାନେ ପ୍ରତିବାଦ ଚଳାଇଥିଲେ। ନିଖିଲଙ୍କ କାର ଉପରେ ଆକ୍ରମଣ ହୋଇଥିଲେ ମଧ୍ୟ ସେ ପୁଣେରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିସହ ନିଜର ଆକ୍ରମଣକାରୀଙ୍କୁ କ୍ଷମା କରି ଦେଇଥିବା ଉକ୍ତ କାର୍ଯ୍ୟକ୍ରମରେ କହିଥିଲେ। ସେ କହିଛନ୍ତି, “ମୋତେ ଯେଉଁମାନେ ସବୁ ଆକ୍ରମଣ କରିଛନ୍ତି, ସେମାନଙ୍କୁ ମୁଁ କ୍ଷମା କରି ଦେଇଛି। ପୂର୍ବରୁ ମୋ ଉପରେ ୬ଥର ଆକ୍ରମଣ ହୋଇଥିଲା। ଏହାକୁ ମିଶାଇ ୭ମ ଥର ପାଇଁ ଆକ୍ରମଣର ଶିକାର ହୋଇଛି। ଶିବାଜୀ ମହାରାଜଙ୍କ ଠାରୁ ଆରମ୍ଭ କରି ଶାହୁଜୀ ମହରାଜ ଓ ଡ ବାବାସାହେବ ଆମ୍ବେଦକରଙ୍କ ଯାଏ ସମସ୍ତେ ଆମର ପରମ୍ପରାର ଅଂଶ ବିଶେଷ। ଆମର ପରମ୍ପରା ହେଲା ସନ୍ଥ।”

Breaking News