Report Card Odisha

| Daily Odia News

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଜେପି ନଡ୍ଡା….

ରିପୋର୍ଟ କାର୍ଡ / କଳାହାଣ୍ଡି

ଭବାନୀପାଟଣାରେ ବିଜେପିର ମହା ଜନସଂପର୍କ ସମାବେଶରେ ଯୋଗ ଦେଇ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି | କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଏକ ନୂଆ ଦିଶା ଦେଇଛନ୍ତି। ଏଥିଲାଗି ତାଙ୍କୁ ସାରା ବିଶ୍ବରେ ମୋଦୀଙ୍କୁ ପ୍ରଶଂସା କରାଯାଉଛି। ‘ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ସାରା ବିଶ୍ୱ ମାନୁଛି, ନୋବେଲ ବିଜେତା ପଲ୍ ରୋମର ବି ମୋଦୀଙ୍କ ପ୍ରଶଂସାରେ ଶତମୁଖ। ଖାଲି ସେତିକି ନୁହେଁ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ବସ୍’ କହି ସମ୍ବୋଧନ କରୁଛନ୍ତି। କକିନ୍ତୁ ଏକଥାକୁ କଂଗ୍ରେସ ହଜମ କରିପାରୁନାହିଁ। କଂଗ୍ରେସ ନେତା ମୋଦୀଙ୍କୁ ସାପ, ବିଚ୍ଛା କହିବାକୁ ବି ପଛାଉନାହାନ୍ତି। କିନ୍ତୁ ଏକଥା ସେମାନେ ଭୁଲିଯାଉଛନ୍ତି, ଦେଶର ୧୪୦ କୋଟି ଜନତା ମୋଦୀଜିଙ୍କ ସହିତ ଅଛନ୍ତି। ‘ଜୟ ଜଗନ୍ନାଥ’ କହି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଭାଷଣ ଆରମ୍ଭ କରିବା ସହ ବାହାନଗା ରେଳ ଦୁର୍ଘଟଣାର ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ସଭାପତି ଜେପି ନଡ୍ଡା। କହିଉନ୍ତି ଓଡ଼ିଶାରେ ୨୩ ବର୍ଷ ହେଲା ନବୀନ ସରକାର ଚାଲିଛି, ହେଲେ ଓଡ଼ିଶା ସବୁଠାରୁ ପଛୁଆ। ଏହା ଏବେ ଗରିବ ରାଜ୍ୟ ଭାବେ ପରିଚିତ ହେଉଛି। ଓଡ଼ିଶାର ୩.୫ କୋଟି ଲୋକଙ୍କୁ ମୋଦୀ ରାସନ ଦେଉଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାରେ ହିତାଧିକାରୀଙ୍କୁ ଘର ମିଳୁନି। ଆବାସ ଯୋଜନାରେ ୫୦ % ଚାଲିଛି ପିସି କାରବାର | ଆବାସ କେଳେଙ୍କାରୀର ତଦନ୍ତ ହେବା ନେଇ ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା କହିଛନ୍ତି |

 

 

 

 

Breaking News