ରିପୋର୍ଟ କାର୍ଡ / ପୁରୀ
ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଜଣେ ଯୁବକ ନିଖୋଜ। ଏହି ନିଖୋଜ ଯୁବକ ଜଣକ ହେଲେ ବାଲେଶ୍ଵର ଜିଲ୍ଲା ସିଙ୍ଗିଳା ଥାନା ଅଞ୍ଚଳର ବଂଶୀଧର ବେହେରା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଲାଇଫ ଗାର୍ଡଙ୍କ ପହଞ୍ଚି ଖୋଜାଖୋଜି ଆରମ୍ଭ ହୋଇଛି। ଖବର ଅନୁଯାୟୀ, ଶନିବାର ଦିନ ସମୁଦ୍ର କୂଳ ସେକ୍ଟର ୯ରେ ବଂଶୀଧର ଗାଧୋଉଥିବା ବେଳେ ଗଭୀର ସମୁଦ୍ର ଭିତରକୁ ପଶିଯାଇଥିଲେ। ନିକଟରେ ଥିବା ଲୋକେ ତୁରନ୍ତ ଅଗ୍ନିଶମ ବାହିନୀ ଓ ଲାଇଫ ଗାର୍ଡଙ୍କୁ ଖବର ଦେଇଥିଲେ । ଏହାପରେ ତୁରନ୍ତ ଖୋଜାଖୋଜି ଆରମ୍ଭ ହୋଇଥିଲା । ହେଲେ ଏବେ ଯାଏଁ ବଂଶୀଧରଙ୍କର କୌଣସି ପତ୍ତାମିଳିନାହିଁ ।






More Stories
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଜଳିଗଲା ବସ୍,୧୦ ମୃତ……
ରାଜା ଚକ୍ର ସମେତ ୧୧ ଅଭିଯୁକ୍ତଙ୍କ ନାଁରେ ଇଡି ଚାର୍ଜସିଟ୍…..