ରିପୋର୍ଟ କାର୍ଡ / ପୁରୀ
ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଜଣେ ଯୁବକ ନିଖୋଜ। ଏହି ନିଖୋଜ ଯୁବକ ଜଣକ ହେଲେ ବାଲେଶ୍ଵର ଜିଲ୍ଲା ସିଙ୍ଗିଳା ଥାନା ଅଞ୍ଚଳର ବଂଶୀଧର ବେହେରା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଲାଇଫ ଗାର୍ଡଙ୍କ ପହଞ୍ଚି ଖୋଜାଖୋଜି ଆରମ୍ଭ ହୋଇଛି। ଖବର ଅନୁଯାୟୀ, ଶନିବାର ଦିନ ସମୁଦ୍ର କୂଳ ସେକ୍ଟର ୯ରେ ବଂଶୀଧର ଗାଧୋଉଥିବା ବେଳେ ଗଭୀର ସମୁଦ୍ର ଭିତରକୁ ପଶିଯାଇଥିଲେ। ନିକଟରେ ଥିବା ଲୋକେ ତୁରନ୍ତ ଅଗ୍ନିଶମ ବାହିନୀ ଓ ଲାଇଫ ଗାର୍ଡଙ୍କୁ ଖବର ଦେଇଥିଲେ । ଏହାପରେ ତୁରନ୍ତ ଖୋଜାଖୋଜି ଆରମ୍ଭ ହୋଇଥିଲା । ହେଲେ ଏବେ ଯାଏଁ ବଂଶୀଧରଙ୍କର କୌଣସି ପତ୍ତାମିଳିନାହିଁ ।






More Stories
ଦେବାଶିଷଙ୍କ ପ୍ରାର୍ଥିପତ୍ର କାଏମ୍…..
ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ…..
ଆସୁଛି ବଡ଼ ବର୍ଷା: ଓଡ଼ିଶାରେ ୧୧ରୁ…..