Report Card Odisha

| Daily Odia News

‘ୱେବ୍‌ ପୋର୍ଟାଲ୍‌’-‘ୟୁଟ୍ୟୁବ୍‌ ଚାନେଲ୍‌’ ଉପରେ ଉଦ୍‌ବେଗ ପ୍ରକାଶ କଲେ ସୁପ୍ରିମ୍‌କୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନିୟନ୍ତ୍ରଣକାରୀ ବ୍ୟବସ୍ଥା ନ ଥିବାରୁ ଅବାଧରେ ଅସତ୍ୟ ସମ୍ବାଦ ପରିବେଶଣ କରିବା ସହ ସମ୍ମାନହାନୀ କରିଚାଲୁଥିବା ‘ୱେବ୍‌ ପୋର୍ଟାଲ୍‌’ ଏବଂ ‘ୟୁଟ୍ୟୁବ୍‌ ଚାନେଲ୍‌’ଗୁଡ଼ିକର କାର୍ଯ୍ୟକଳାପ ଉପରେ ସୁପ୍ରିମ୍‌ କୋର୍ଟ ଗୁରୁବାର ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରମନା, ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାପତି ଏ. ଏସ୍‌. ବୋପନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠରେ କହିଛନ୍ତି ଯେ, ମିଥ୍ୟା ଖବର ପ୍ରସାରଣ ଏବଂ ୱେବ୍‌ ପୋର୍ଟାଲ୍‌ ଓ ୟୁଟ୍ୟୁବ୍‌ ଚାନେଲ୍‌ ଉପରେ କୌଣସି ନିୟନ୍ତ୍ରଣ ନାହିଁ। ସବୁକୁ ସାମ୍ପ୍ରଦାୟିକ ରଙ୍ଗ ଦେଇ ଏମାନେ ପ୍ରସାରିତ କରୁଛନ୍ତି । ଯେ କେହି ଯୁଟ୍ୟୁବ ଚ୍ୟାନେଲ କରିପାରୁଛି । ଏମାନେ କେବଳ ପାୱାରଫୁଲ ଲୋକଙ୍କ କଥା ଶୁଣୁଛନ୍ତି, କୌଣସି ବିପଦ କଥା ଚିନ୍ତା ନ କରି ନ୍ୟାୟପାଳିକା ଓ ଅନ୍ୟ ସଂସ୍ଥା ବିରୋଧରେ ଏମାନେ କିଛିବି ଲେଖି ଦେଉଛନ୍ତି ବା କହି ଦେଉଛନ୍ତି । ଏହାକୁ ନେଇ କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ କି ପଦକ୍ଷେପ ନେଉଛନ୍ତି । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସଲିସିଟର ଜେନରାଲ ତୁଷାର ମେହେଟ୍ଟା କହିଛନ୍ତିି ସରକାର କୋର୍ଟଙ୍କ ଏହି ଚିନ୍ତାକୁ ନେଇ ନୂଆ ଆଇଟି ନିୟମ ପସ୍ତୁତ କରିଛନ୍ତି । ଯାହା ବିରୋଧରେ ବିଭିନ୍ନ ହାଇକୋର୍ଟରେ ଅନେକ ପିଟିସନ ବିଚାରାଧିନ ରହିଛି । ଏହି ସମସ୍ତ ପିଟିସନର ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କୁ ହସ୍ତାନ୍ତର କରିବାକୁ ଆମେ ଦାବି କରିଛୁ ।

 

 

 

Breaking News