ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି | ଏକାଧିକ ଆଇନଜୀବୀ ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସକୁ ଆଜିଠୁ ୭ ଦିନ ପାଇଁ ସିଲ୍ କରାଯାଇଛି । ଏହି ସମୟରେ ବିନା ଅନୁମତିରେ ବାହାର ଲୋକ କୋର୍ଟ କମ୍ପ୍ଲେକ୍ସକୁ ଯାଇ ପାରିବେନି । କେବଳ ବିଏମସି କର୍ମଚାରୀଙ୍କୁ ମିଳିବ ଅନୁମତି । କୋର୍ଟ କାର୍ଯ୍ୟ ଅନଲାଇନରେ ହେଉଥିବା ବେଳେ ଏକାଧିକ ଆଇନଜୀବୀ ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି କୋର୍ଟ କମ୍ପ୍ଲେକ୍ସକୁ ସିଲ୍ କରି ଦେଇଛି । ଫଳରେ କୋର୍ଟ କମ୍ପ୍ଲେକ୍ସ ମେ’ ୫ ଯାଏ ସର୍ବସାଧାରଣଙ୍କ ଲାଗି ବନ୍ଦ ରହିବ । ଏହି ସମୟରେ କୋର୍ଟ ପରିସରକୁ ବିଶୋଧନ କରାଯିବ ।






More Stories
ଡି.ଏ.ଭି.ପବ୍ଲିକ ସ୍କୁଲ ରେ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ…..
“ମୋ କଣ୍ଠ, ମୋ ପରିଚୟ” ପ୍ରତିଯୋଗିତା ଅନୁଷ୍ଠିତ…..
ସୌମ୍ୟ ହତ୍ୟା ମାମଲା:ମିଳିଲାନି ପ୍ରମାଣ,ମୁକୁଳିଲେ ଅଭିଯୁକ୍ତ…..