Report Card Odisha

| Daily Odia News

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଡାକ୍ତରଙ୍କ ଅଣଦେଖା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗ ଆରଜି.କର ମେଡିକାଲ କଲେଜ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିକ୍ଷୋଭ ଜାରି ରଖିଥିବା କନିଷ୍ଠ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ। ହେଲେ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଅଣଦେଖା କରି ଡାକ୍ତରମାନେ କହିଛନ୍ତି ଯେପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ କାମକୁ ଫେରିବୁ ନାହିଁ। ଘଟଣାରେ ସ୍ୱାସ୍ଥ୍ୟ ସଚିବ ଏବଂ ସ୍ୱାସ୍ଥ୍ୟ ଶିକ୍ଷା ନିର୍ଦ୍ଦେଶକଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ କରୁଛନ୍ତି ଡାକ୍ତର ସଂଘ। ଏହାସହିତ ଦାବି ପୂରଣ ପାଇଁ ଆଜି ଅପରାହ୍ନରେ କନିଷ୍ଠ ଡାକ୍ତରମାନେ ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟାଳୟରୁ ସ୍ୱାସ୍ଥ୍ୟ ଭବନ ପର୍ଯ୍ୟନ୍ତ ଶୋଭାଯାତ୍ରା କରିବାକୁ ପ୍ରସ୍ତୁତି କରିଛନ୍ତି। ଆନ୍ଦୋଳନରତ ଜଣେ ଡାକ୍ତର କହିଛନ୍ତି ‘ଆମ ଦାବି ଯେପର୍ଯ୍ୟନ୍ତ ପୂରଣ ହୋଇନାହିଁ, ପଡ଼ିତାଙ୍କୁ ନ୍ୟାୟ ମିଳିନାହିଁ, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।

Breaking News