Report Card Odisha

| Daily Odia News

ଜଷ୍ଟିସ୍‌ ହରିଶ ଟଣ୍ଡନ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କଲିକତା ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ। ସୁପ୍ରିମକୋର୍ଟ କଲେଜିୟମ୍‌ ଗୁରୁବାର ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ମିଳିବା ପରେ ଏହା କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି। ପୂର୍ବରୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂ ଗତ ଜାନୁଆରୀ ୧୯ରେ ଅବସର ନେଇଥିଲେ। ତାଙ୍କ ସ୍ଥାନରେ ଜଷ୍ଟିସ୍‌ ଅରିନ୍ଦମ୍‌ ସିହ୍ନା ବର୍ତ୍ତମାନ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଉଛନ୍ତି। ଜଷ୍ଟିସ୍‌ ଟଣ୍ଡନ ୨୦୧୦ ଏପ୍ରିଲ ୧୩ରେ କଲିକତା ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇ ସେବେଠୁ ଏହି ଦାୟିତ୍ୱ ସମ୍ପାଦନ କରିଆସୁଛନ୍ତି। ସର୍ବଭାରତୀୟ ସ୍ତରରେ ବରିଷ୍ଠତା ଭିତ୍ତିରେ ହାଇକୋର୍ଟ ବିଚାରପତିମାନଙ୍କ ମଧ୍ୟରେ ଜଷ୍ଟିସ୍‌ ଟଣ୍ଡନ ସପ୍ତମ ସ୍ଥାନରେ ରହିଛନ୍ତି। ବିଚାରପତି ଭାବେ ନିଯୁକ୍ତି ପୂର୍ବରୁ ସେ କଲିକତା ହାଇକୋର୍ଟରେ ଦଓ୍ବୋନି ମାମଲାଗୁଡ଼ିକରେ ଓକିଲାତି କରୁଥିଲେ।

Breaking News