Report Card Odisha

| Daily Odia News

ଇସ୍ତଫା ଦେଲେ ହାଇକୋର୍ଟ ବିଚାରପତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

‘ମୁଁ ମୋ ଆତ୍ମସମ୍ମାନ ବିରୋଧରେ କାମ କରି ପାରିବିନି । ତେଣୁ ନିଜ ପଦରୁ ଇସ୍ତଫା ଦେଉଛି।’ ଗତକାଲି ଏପରି କହି ନିଜ ପଦରୁ ଇସ୍ତଫା ଦେଇଛନ୍ତି ବମ୍ବେ ହାଇକୋର୍ଟର ବିଚାରପତି ରୋହିତ ଦେଓ । ରୋହିତ ଦେଓ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ କାର୍ଯ୍ୟରତ ଥିଲେ। ଏନେଇ ସେ ଗତକାଲି କୋର୍ଟ ରୁମ୍‌ରେ ଘୋଷଣା କରିଥିଲେ। ଏହା ଶୁଣି କୋର୍ଟରେ ଉପସ୍ଥିତ ସମସ୍ତେ ଅବାକ୍‌ ହୋଇ ଯାଇଥିଲେ। ଗତକାଲି କୋର୍ଟ ରୁମ୍‌ରେ ଓକିଲଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ଭିଡ଼ ଜମିଥିବା ବେଳେ ସେଠାରେ ଉପସ୍ଥତ ଜଷ୍ଟିସ୍‌ ରୋହିତ ଦେଓ ନିଜ ଇସ୍ତଫା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ। ଆତ୍ମସମ୍ମାନରେ ଆଞ୍ଚ ଆସିବାରୁ ସେ ଏପରି କଠୋର ପଦକ୍ଷେପ ନେଇଥିବା କହିଥିଲେ । ମାତ୍ର ନିର୍ଦ୍ଦିଷ୍ଟ ଭାବେ କେଉଁ ଘଟଣା ଯୋଗୁ ସେ ନିଜ କ୍ୟାରିଅରକୁ ଜଳାଞ୍ଜଳି ଦେବାକୁ ପଛାଇ ନାହାନ୍ତି ତାହା ଉପରେ ପାଟି ଫିଟାଇ ନ ଥିଲେ।

Breaking News