Report Card Odisha

| Daily Odia News

ବିଜେଡି ଛାଡ଼ିଲେ ଜ୍ୟୋତି-ସରୋଜ ପାଣିଗ୍ରାହୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଛନ୍ତି ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ। ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଜ୍ୟୋତି ପାଣିଗ୍ରାହୀ ବିଜୁ ମହିଳା ଜନତା ଦଳର ସିନିୟର ଭାଇସ୍ ପ୍ରେସିଡେଣ୍ଟ ଓ ସୁନ୍ଦରଗଡ଼ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଥିଲେ। ଜ୍ୟୋତିଙ୍କ ସ୍ୱାମୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେଡି ଛାଡ଼ିଛନ୍ତି। ନିଜ ଇସ୍ତଫା ପତ୍ରରେ ଜ୍ୟୋତି ଲେଖିଛନ୍ତି, ବିଜେଡି ଆଉ ଆଗର ବିଜେଡି ହୋଇ ରହିନାହିଁ। ଲୋକଙ୍କ ସେବା ପାଇଁ ଆଗ ପରି ବିଜେଡିର ଏକତା କି ଗଣତାନ୍ତ୍ରିକ ମୂଲ୍ୟବୋଧ ନାହିଁ। ଏବର ହୋହାଲ୍ଲା ଭିତରେ ଏକୁଟିଆ ଲାଗୁଛି। ଦଳର ନେତାଙ୍କୁ ଭେଟି ବି ହେଉନାହିଁ। ତେଣୁ ଦଳ ଛାଡ଼ିବାକୁ ବାଧ୍ୟ ହେଉଛି। ୧୯୯୫ ମସିହାରେ ବିଜୁ ପଟ୍ଟନାୟକଙ୍କ ଡାକରାରେ ମୁଁ ଅଧ୍ୟାପିକା ଚାକିରି ଛାଡ଼ି ରାଜନୀତିକୁ ଆସିଥିଲି ବୋଲି ଜ୍ୟୋତି ପାଣିଗ୍ରାହୀ କହିଛନ୍ତି। ଟିକେଟ ପାଇଁ ଆଶାୟୀ ଥିଲେ ଜ୍ୟୋତି ପାଣିଗ୍ରାହୀ । ହେଲେ ତାଙ୍କୁ ଟିକେଟ ମିଳିନଥିଲା। ସେହିପରି ସରୋଜ ପାଣିଗ୍ରାହୀ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, ଲଗାତର ଭାବେ ମତେ ଅଣଦେଖା ଓ ଅବହେଳା କରାଯାଉଥିଲା। ଏଥିପାଇଁ ମୁଁ ଦଳ ଛାଡ଼ିଲି।

Breaking News