ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନ ସରକାରଙ୍କର ପତନ ଘଟିଛି | ରାଷ୍ଟ୍ରପତି ଇସ୍ତପା ଦେବା ପରେ ତାଲିବାନ ପୁରା ଆଫଗାନିସ୍ତାନକୁ କବଜା କରିନେଇଛି | ତାଲିବାନ ଦଖଲ କରି ନେବାପରେ ଦେଶରେ ପରିସ୍ଥିତି ଭୟଙ୍କର ରହିଛି। ଲୋକେ ନିଜ ଦେଶ ଛାଡି ଅନ୍ୟା ଦେଶକୁ ପଳାୟନ କରୁଛନ୍ତି | ଏଥି ପାଇଁ କାବୁଲ ବିମାନବନ୍ଦରରେ ବହୁ ସଂଖ୍ୟାରେ ଲୋକେ ବିମାନରେ ଯିବା ପାଇଁ ଭିଡ ଦେଖିବାକୁ ମିଳିଛି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ମଝିରେ ମଝିରେ ଆମେରିକା ସୈନ୍ୟ ଆକାଶମାର୍ଗରୁ ଗୁଳିବର୍ଷଣ କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ- ଅନେକ ଲୋକ ଆହତ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି | ଆଫଗାନିସ୍ତାନରୁ ଆମେରିକା ନିଜ ଦେଶର ନାଗରିକ ତଥା ସହଯୋଗୀଙ୍କୁ ନିରାପଦ ସ୍ଥାନକୁ ନେବା ପାଇଁ କାବୁଲ ବିମାନବନ୍ଦରରେ ୬,୦୦୦ ସୈନ୍ୟ ନିଯୁକ୍ତ କରିଛି। ତେବେ ହଠାତ୍ କାବୁଲ ବିମାନବନ୍ଦରକୁ ତାଲିବାନ ନିଜ ଅକ୍ତିଆରକୁ ନେବା ପରେ ପରିସ୍ଥିତି ଭୟଙ୍କର ରହିଛି |






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..