ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନ କୁ ତାଲିବାନ କବଜା କରିବାର ୧ ସପ୍ତାହରୁ ଅଧିକ ଦିନ ହୋଇଥିଲେ ମଧ୍ୟ ସ୍ଥିତିର କୌଣସି ସୁଧାର ଆସୁନି | ତାଲିବାନୀଙ୍କ ଭୟରେ ଦେଶ ଛାଡିବାକୁ କାବୁଲ ବିମାନବନ୍ଦରେ ଲୋକଙ୍କର ଭିଡ ଲାଗିରହିଛି | ଆଫଗାନିସ୍ତାନ ଛାଡୁଥିବା ଲୋକଙ୍କୁ ନେବାକୁ ଆସିଥିବା ୟୁକ୍ରେନର ଏକ ବିମାନକୁ ଅପହରଣ କରିନିଆଯାଇଛି। ସଶସ୍ତ୍ର ବ୍ୟକ୍ତିମାନେ ବିମାନକୁ ରବିବାର ଠାରୁ ଅପହରଣ କରିନେଇଛନ୍ତି। ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ୟେଭଜେନି ୟେନିନ ଏହା ପ୍ରକାଶ କରିବା ପରେ ଏବେ ଏହି ଅପହରଣ ଘଟଣା ସର୍ବସମ୍ମୁଖକୁ ଆସିଛି। ୟେନିନ କହିଛନ୍ତି, ରବିବାର ଦିନ କିଛି ଲୋକ ୟୁକ୍ରେନର ବିମାନକୁ ଅପହରଣ କରିନେଇଥିଲେ। ମଙ୍ଗଳବାର ଦିନ ତାହାକୁ ବସ୍ତୁତଃ ୟୁକ୍ରେନଠାରୁ ଚୋରାଇ ନିଆଯାଇଛି। ବିମାନରେ ୟୁକ୍ରେନ ଜନସାଧାରଣଙ୍କୁ ସ୍ଥାନାନ୍ତର କରାଯିବା କାର୍ଯ୍ୟକ୍ରମ ରହିଥିବାବେଳେ କିଛି ସଶସ୍ତ୍ର ବ୍ୟକ୍ତି ସେଥିରେ ଅନ୍ୟ କେତେକ ଲୋକଙ୍କୁ ସାଙ୍ଗରେ ନେଇ ବିମାନକୁ ଇରାନ ନେଇଯାଇଛନ୍ତି। ପୂର୍ବରୁ ୟୁକ୍ରେନ ତାହାର ନାଗରିକଙ୍କୁ ଆଫଗାନିସ୍ତାନରୁ ସ୍ଥାନାନ୍ତର କରିବାକୁ ତିନିଥର ପ୍ରୟାସ କରି ମଧ୍ୟ ବିଫଳ ହୋଇଛି। କାରଣ ୟୁକ୍ରେନ ନାଗରିକମାନେ କାବୁଲ ବିମାନ ବନ୍ଦର ଭିତରକୁ ପ୍ରବେଶ କରିପାରୁନାହାନ୍ତି। ୟେନିନ କହିଛନ୍ତି, ଅପହରଣକାରୀମାନେ ବିଭିନ୍ନ ଅସ୍ତଶସ୍ତ୍ରରେ ସଜ୍ଜିତ ଥିଲେ। ତେବେ ଉକ୍ତ ବିମାନଟି ଏବେ କେଉଁଠି ଅଛି ଏବଂ ତାକୁ ଫେରାଇ ଆଣିବାକୁ କିଏଭ ଦାବି କରିବ କି ନାହିଁ ସେ ସମ୍ପର୍କରେ ୟେନିନ କିଛି ସ୍ପଷ୍ଟ କରିନଥିଲେ। ତେବେ ଜଣାଯାଇଛି ଯେ ରବିବାର ଦିନ କାବୁଲରୁ ୟୁକ୍ରେନର ଏକ ସାମରିକ ପରିବହନ ବିମାନରେ ୮୩ ଜଣ ଲୋକ କିଏଭରେ ଆସି ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ୩୧ ଜଣ ୟୁକ୍ରେନ ନାଗରିକ ରହିଛନ୍ତି। ସେମାନଙ୍କ ସହିତ ଆସିଥିବା ବିଦେଶୀ ସାମ୍ବାଦିକ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ମଧ୍ୟ ଆଫଗାନିସ୍ତାନରେ ୧୦୦ରୁ ଅଧିକ ୟୁକ୍ରେନ ନାଗରିକ ରହିଯାଇଥିବା କିଏଭ କହିଛି।






More Stories
ହାଇଦ୍ରାବାଦ ଯାଉଥିବା ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ…..
ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି ବିଜେପି……
ଦିଲ୍ଲୀରେ ବିଶ୍ବହିନ୍ଦୁ ପରିଷଦର ବିକ୍ଷୋଭ…..