ରିପୋର୍ଟ କାର୍ଡ / ଭବାନୀପାଟଣା
କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାରର କାରାଗାରରୁ ଚମ୍ପଟ ମାରିଥିବା ଦୁଇ କଏଦୀ ଙ୍କ ମଧ୍ୟରୁ ଜଣକୁ ପୋଲିସ ଖୋଜିପାଇଛି । ସମ୍ପୃକ୍ତ କଏଦୀ ସିକନ୍ଦର ଜାଲ ବୋଲି ଜଣାପଡିଛି। ଧର୍ମଗଡ ନିକଟସ୍ଥ କାଶିବାହଲ ରୁ ରବିବାର ତାଙ୍କୁ ପୋଲିସ ଧରିଥିଲା। ସୂଚନାଅନୁସାରେ ଦୁଇ ଜଣ କଏଦୀ କାରାଗାର ପାଚେରୀ ଡେଇଁ ଫେରାର ହୋଇଯାଇଥିଲେ। ଫେରାର କଏଦୀ ନୀଳମଣି ବିଭାର ଏବେ ବି ଫେରାର ଅଛି। ଟାଉନ ଥାନା ପୋଲିସ ସିକନ୍ଦର କୁ ପଚରା ଉଚରା କରୁଛି। ଅନ୍ୟପକ୍ଷରେ ରବିବାର ଅପରାହ୍ନରେ କୋରାପୁଟ ସର୍କଲ ଜେଲ୍ ବରିଷ୍ଠ ଅଧିକ୍ଷକ ମନୋରଞ୍ଜନ ପ୍ରତିହାରୀ ସ୍ଥାନୀୟ ଜେଲ ପରିସର ପରିଦର୍ଶନ କରିଥିଲେ। କୌଣସି କର୍ମଚାରୀ ଙ୍କ ଭୁଲ ଯୋଗୁଁ କଏଦୀ ଦୁଇଜଣ ପାଚେରୀ ଡେଇଁ ଫେରାର ହୋଇଥିବା କଥା ସ୍ୱୀକାର କରିଥିଲେ।






More Stories
ଦିଲ୍ଲୀ ବ୍ଲାଷ୍ଟ କେସ୍ ସହିତ ଏମାନଙ୍କ କୌଣସି ସଂପର୍କ ନାହିଁ……
ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ…..
ରାଜଧାନୀରେ ଲଜ୍ଜ୍ୟା…..