ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଇନଜୀବୀଙ୍କ ଉଦ୍ଦେଶ୍ୟରେ ସୁପ୍ରିମ୍କୋର୍ଟ କଠୋର ମନ୍ତବ୍ୟ ଦେଇଛନ୍ତି । କହିଛନ୍ତି କି, କଳାକୋଟ ପିନ୍ଧିଛନ୍ତି ବୋଲି ଆପଣଙ୍କ ଜୀବନ ଅଧିକ ମୂଲ୍ୟବାନ ନୁହେଁ। ସାଧାରଣ ଲୋକଙ୍କ ପାଇଁ ଜାରି ହୋଇଥିବା ନିୟମ ଆଇନଜୀବୀଙ୍କ ଲାଗି ବି ଲାଗୁ ହେବ। କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ୬୦ ବର୍ଷ ବୟସରୁ କମ୍ ବୟସ୍କ ଆଇନଜୀବୀଙ୍କୁ ୫୦ ଲକ୍ଷ ଟଙ୍କାର ସରକାରୀ କ୍ଷତି ପୂରଣ ମାମଲାର ବିଚାର କରି ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ବିକ୍ରମ ନାଥ ଏବଂ ବି.ଭି. ନାଗରତ୍ନାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏଭଳି କହିଛନ୍ତି। ଆବେଦନ ଦାଖଲ କରିଥିବା ଆଇନଜୀବୀ ପ୍ରଦୀପ କୁମାର ଯାଦବଙ୍କ ପ୍ରତି କଡ଼ା ଶବ୍ଦ ପ୍ରୟୋଗ କରିବା ସହିତ ୧୦ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ କରିଛନ୍ତି। ଏଭଳି ଜନସ୍ବାର୍ଥ ମାମଲାକୁ ରୋକିବା ଲାଗି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବା ଉପରେ ଖଣ୍ଡପୀଠ ଗୁରୁତ୍ୱାରୋପ କରିଛନ୍ତି। କଟ୍ ପେଷ୍ଟ ମାମଲା ଦାଖଲ କରିବା ଉଚିତ ନୁହେଁ ବୋଲି ଖଣ୍ଡପୀଠ କ୍ଷୋଭ ପ୍ରକାଶ କରି କହିଛନ୍ତି। ଦେଶର ସମସ୍ତ ନାଗରିକଙ୍କ ଜୀବନର ମୂଲ୍ୟ ସମାନ ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଛି।






More Stories
ଦୁଇଟି ପର୍ଯ୍ୟାୟରେ ଜନଗଣନା…..
୧୪ ଦିନିଆ ହାଜତକୁ ଗଲେ ଅଲ୍ ଫଲାହ ପ୍ରତିଷ୍ଠାତା…..
ପ୍ରେମ କୁମାର ବିହାର ବିଧାନସଭା ବାଚସ୍ପତି……