ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା । ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ୬୩୯.୯୪ କୋଟି ଟଙ୍କା ଯାଇଛି। କାଳିଆ ଟଙ୍କା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କାଳିଆ ଯୋଜନାରେ ୩ ବର୍ଷରେ ବ୍ୟୟ ହୋଇଛି ୬,୬୯୦ କୋଟି ଟଙ୍କା । ଗତ ଫେବୃଆରୀ ୨୪ରେ କୃଷିମନ୍ତ୍ରୀ ବିଧାନସଭାରେ କହିଥିଲେ ଯେ, କାଳିଆରେ ବର୍ତ୍ତମାନ ସୁଦ୍ଧା ୧୦୪୦୭୬ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ଏବଂ ୫୬,୧୪,୭୦୭ ଜଣ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରାଯାଇଛି । କୌଣସି ହିତାଧିକାରୀ ଯେପରି DBT ଜରିଆରେ ସହାୟତା ପାଇବାରକୁ ବଞ୍ଚିତ ନହୁନ୍ତି, ସେଥିପାଇଁ କାଳିଆ ଯୋଜନାରେ ଆଧାର ଭିତ୍ତିକ ଓ ବ୍ୟାଙ୍କ ଆକାଉଣ୍ଟ ଭିତ୍ତିକ ଅର୍ଥରାଶି ପଠାଯାଉଛି। ଏହି ଯୋଜନାରୁ ବାଦ ପଡ଼ିଯାଇଥିବା ଚାଷୀଙ୍କ ପାଇଁ ଅନଲାଇନ୍ ମାଧ୍ୟମରେ ଆବେଦନ ପତ୍ର ଗ୍ରହଣ କରାଯାଉଛି। ଅନିୟମିତତାକୁ ଦୃଷ୍ଟିରେ ରଖି ସେହି ଆବେଦନ ପତ୍ର ଗୁଡ଼ିକ ଆଞ୍ଚଳିକ ଓ ରାଜ୍ୟ ସ୍ତରରେ ଯାଂଚ କରାଯିବ, ଆଉ ତା’ ପରେ ପ୍ରକୃତ ହିତାଧିକାରୀ ଚୟନ କରାଯିବ ବୋଲି କୃଷିମନ୍ତ୍ରୀ ଗୃହରେ ସ୍ପଷ୍ଟ କରିଥିଲେ।
More Stories
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….
‘ମୋ ସ୍କୁଲ ଅଭିଯାନ’ର ନାଁ ବଦଳିଲା,ଅଧ୍ୟକ୍ଷ ରହିବେ ମୁଖ୍ୟ ସଚିବ…..